ଦେଶ

ଦିଶା ପରେ ଏବେ ନିର୍ଭୟାକୁ ମିଳିବ ନ୍ୟାୟ, ରାଷ୍ଟ୍ରପତିଙ୍କୁ ପଠାଗଲା ପିଟିସନ୍‌ ଫାଇଲ

nirbhaya

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମରେ ଅଭିଯୁକ୍ତଙ୍କ ଦୟା ପିଟିସନ୍‌କୁ ଗୃହ ମନ୍ତ୍ରାଳୟ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନିକଟକୁ ପଠାଇଦେଇଛି । ଏହି ଦୟା ପିଟିସନ ଖାରିଜ କରିବା ପାଇଁ ରାଷ୍ଟ୍ରପତିଙ୍କୁ ସୁପାରିସ୍‌ କରାଯାଇଛି । ନିର୍ଭୟା ଅଭିଯୁକ୍ତମାନେ ଦିଲ୍ଲୀ ସରକାରଙ୍କୁ ଦୟା ପିଟିସନ୍‌ ଦେଇଥିଲେ । ଏହି  ପିଟିସନକୁ ଦିଲ୍ଲୀ ସରକାର ଖାରିଜ କରି  ନିଜ ରିପୋର୍ଟକୁ ଗୃହ ମନ୍ତ୍ରାଳୟକୁ ପଠାଇଦେଇଥିଲେ ।

ଏବେ ଗୃହ ମନ୍ତ୍ରାଳୟ ରାଷ୍ଟ୍ରପତିଙ୍କୁ ଏହି ପିଟିସନ୍‌ ପଠାଇଦେଇଛନ୍ତି । ବର୍ତ୍ତମାନ ସମସ୍ତ ନଜର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଉପରେ ରହିଛି ଯେ ସେ ଏହି  ଦୟା ପିଟିସନ୍‌କୁ ଗ୍ରହଣ କରୁଛନ୍ତି ନା ଖାରିଜ କରୁଛନ୍ତି ।

ଅନ୍ୟପଟେ  ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ମହିଳାଙ୍କ ସୁରକ୍ଷାକୁ ନେଇ ଏକ ବଡ଼ ବୟାନ ସାମ୍ନାକୁ ଆସିଛି । ପୋକ୍ସ ଆକ୍ଟରେ  ସଜାକାରୀଙ୍କୁ କ୍ଷମା ମିଳିବା ଉଚିତ୍‌ ନୁହେଁ । ଏହି ସବୁ ଘଟଣାରେ ଦୟା ପିଟିସନ୍‌ ବ୍ୟବସ୍ଥା ଶେଷ ହେବା ଦରକାର । ରାଷ୍ଟ୍ରପତି ରାଜସ୍ଥାନର ସିରୋହିରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଏହି ବଡ଼ ମତ ରଖିଛନ୍ତି ।  ଦୁଷ୍କର୍ମ ଘଟଣାରେ ଦୁଷ୍କର୍ମକାରୀଙ୍କୁ ଦୟା ପିଟିସନ୍‌ ରଖିବାର କୌଣସି ଅଧିକାର ନାହିଁ  ବୋଲି ରାଷ୍ଟ୍ରପତି ଦେଶବାସୀଙ୍କ ଉଦ୍ଦେଶ୍ୟରେ ସଫା ସଫା  କହିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top