ଅପରାଧ

ତ୍ରିପୁରାରେ ଦୋହରିଲା ‘ନିର୍ଭୟା କାଣ୍ଡ’, ଚଳନ୍ତା କାର୍‌ରେ ଯୁବତୀଙ୍କୁ ଗଣଦୁଷ୍କର୍ମ

rape

ତ୍ରିପୁରା: ତ୍ରିପୁରାର ରାଜଧାନୀ ଅଗରତଲାରେ ‘ନିର୍ଭୟା କାଣ୍ଡ’ ପୁଣି ଦୋହରିଛି । ଏକ ଲୋମହର୍ଷଣ ଓ ଘୃଣିତ ଗଣଦୁଷ୍କର୍ମ ମାମଲା ସାମ୍ନାକୁ ଆସିଛି । ଅଗରତଲା ଚିକିତ୍ସା ମହାବିଦ୍ୟାଳୟରୁ ୬ ବର୍ଷର ଅସୁସ୍ଥ ଝିଅ ସହ ଭେଟି ଫେରୁଥିବା ମହିଳାଙ୍କୁ ୮ ଜଣ ଲୋକ ଚଳନ୍ତା କାରରେ ଗଣଦୁଷ୍କର୍ମ କରିଛନ୍ତି । ଦୁଷ୍କର୍ମ ପରେ ସେମାନେ ମହିଳାଙ୍କୁ ରାସ୍ତାରେ ଫିଙ୍ଗିଦେଇ ପଳାଇଛନ୍ତି । ମହିଳାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁସାରେ,  ମଙ୍ଗଳବାର ସନ୍ଧ୍ୟା ପ୍ରାୟ ୭ଟାରେ ପୀଡିତା ଘରକୁ ଫେରୁଥିଲେ । ୩୨ ବର୍ଷୀୟ ଯୁବତୀଙ୍କୁ ଚଳନ୍ତା କାରରେ ୮ ଜଣ ଦୁଷ୍କର୍ମ କରିବା ପରେ ତାଙ୍କୁ ସର୍କିଟହାଉସ ନିକଟ ରାସ୍ତାକଡ଼ରେ ଫିଙ୍ଗି ଫେରାର ହୋଇଯାଇଛନ୍ତି । ସ୍ଥାନୀୟ ଲୋକେ ପୀଡ଼ିତାଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛନ୍ତି । ତେବେ ମହିଳାଙ୍କର ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବା ସୂଚନା ମିଳିଛି ।

ପୀଡ଼ିତାଙ୍କ ସ୍ୱାମୀ ବୁଧବାର ପୂର୍ବ ଅଗରତଲାସ୍ଥିତ ମହିଳା ଥାନାରେ ଏନେଇ ଅଭିଯୋଗ କରିଛନ୍ତି । ପୋଲିସ ଏଯାଏଁ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ସୂଚନା ମିଳିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top