ଦେଶ

ପବ୍ଲିକ୍‌ ସେକ୍ଟର୍‌ ବ୍ୟାଙ୍କ୍‌ ମୁଖ୍ୟମାନଙ୍କ ସହ ସାକ୍ଷାତ କରିବେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

nirmala sitharaman

ନୂଆଦିଲ୍ଲୀ: ଆଜି ପବ୍ଲିକ୍‌ ସେକ୍ଟର୍‌ ବ୍ୟାଙ୍କ୍‌ ମୁଖ୍ୟମାନଙ୍କୁ ଭେଟିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଅଗଷ୍ଟ ୩୦ ତାରିଖ ଦିନ ୧୦ଟି ପବ୍ଲିକ୍‌ ସେକ୍ଟର୍‌ ବ୍ୟାଙ୍କ୍‌ର ମିଶ୍ରଣ ଘୋଷଣା କରିବା ପରେ ପବ୍ଲିକ୍‌ ସେକ୍ଟର୍‌ ବ୍ୟାଙ୍କ୍‌ ମୁଖ୍ୟମାନଙ୍କ ସହ ଅର୍ଥମନ୍ତ୍ରୀଙ୍କର ଏହା  ହେଉଛି ପ୍ରଥମ ବୈଠକ । ତେଣୁ ଏହାର ଅନେକ ଗୁରୁତ୍ୱ ରହିଛି ବୋଲି କୁହାଯାଉଛି ।

ଏହି ମିଟିଂରେ ବ୍ୟାଙ୍କ୍‌ମାନେ ଦେଉଥିବା ଋଣ ଉପରେ ସୁଧହାର କୋହଳ କରିବା ପ୍ରସଙ୍ଗରେ ସୀତାରମଣ ଆଲୋଚନା କରିବେ ବୋଲି ଆଶା କରାଯାଉଛି । ଆଲୋଚନା ହେବାକୁ ଥିବା ଅନ୍ୟାନ୍ୟ ପ୍ରମୁଖ ବିଷୟ ମଧ୍ୟରୁ ରିଜର୍ଭ ବ୍ୟାଙ୍କର ରେଟ୍‌ କଟ୍‌ର ସୁବିଧା, ସାଧାରଣ ଲୋକଙ୍କ ପାଖକୁ ପହଞ୍ଚିବା, ଅନ୍‌ଲାଇନ୍‌ ଲୋନ୍‌ ଆପ୍ଲିକେସନ୍‌, ଓ୍ଵାନ୍‌-ଟାଇମ୍‌ ସେଟଲ୍‌ମେଣ୍ଟ୍‌ ପଲିସି ପ୍ରଭୃତି ପ୍ରସଙ୍ଗରେ ଅର୍ଥମନ୍ତ୍ରୀ ଆଲୋଚନା କରିପାରନ୍ତି ବୋଲି ଆଶା କରାଯାଉଛି ।

୧୦ଟି ପବ୍ଲିକ୍‌ ସେକ୍ଟର୍‌ ବ୍ୟାଙ୍କ୍‌ର ମିଶ୍ରଣ ଅଗଷ୍ଟ ୩୦ ତାରିଖ ଦିନ ଘୋଷଣା ହୋଇଥିଲା । ସମ୍ପୂର୍ଣ୍ଣ ୨୭ଟି ପବ୍ଲିକ୍‌ ସେକ୍ଟର୍‌ ବ୍ୟାଙ୍କ୍‌ରୁ ମିଶ୍ରଣ ପରେ ଦେଶରେ କେବଳ ୧୨ଟି ପବ୍ଲିକ୍‌ ସେକ୍ଟର୍‌ ବ୍ୟାଙ୍କ୍‌ ରହିବ । ଏହି ମିଶ୍ରଣକୁ ବିରୋଧ କରି ବ୍ୟାଙ୍କ୍‌ ସଙ୍ଗଠନଗୁଡ଼ିକ ସେପ୍ଟେମ୍ବର ୨୬ ଓ ୨୭ ତାରିଖ ଦିନ ଦୁଇଦିନିଆ ଧର୍ମଘଟ କରିବେ ବୋଲି ଚେତାବନୀ ଦେଇଛନ୍ତି । ଏନେଇ ସିତାରମଣ ଏହି ମିଟିଂର ଆୟୋଜନ କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top