ଦେଶ

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବଡ଼ ଘୋଷଣା: କମିବ କର୍ପୋରେଟ ଟ୍ୟାକ୍ସ

nirmala

ନୂଆଦିଲ୍ଲୀ:  ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବଡ଼ ଘୋଷଣା ।  କର୍ପୋରେଟ ଟ୍ୟାକ୍ସ କମ୍ କରିବା ନେଇ ଅର୍ଥମନ୍ତ୍ରୀ  ଘୋଷଣା କରିଛନ୍ତି ।  ତେବେ ଗୋଆରେ  ହେବାକୁ ଥିବା ଜିଏସଟି କାଉନ୍ସିଲ୍‌ ପୂର୍ବରୁ  ନିର୍ମଳା ସିତାରମଣ ମିଡିଆ ସାମ୍ନାରେ ଏହି ଘୋଷଣା କରିଛନ୍ତି ।  ଘୋଷଣାରେ ସେ କହିଛନ୍ତି ଯେ, କମ୍ପାନୀ ଓ ବ୍ୟବସାୟୀ ମାନଙ୍କୁ ରାହତ ମିଳିଥିବା ବେଳେ କର୍ପୋରେଟ୍‌ ଟ୍ୟାକ୍ସ କମ୍‌ କରିବାକୁ ଘୋଷଣା କରିଛନ୍ତି ।   ନିର୍ମଳା ସିତାରମଣ କହିଛନ୍ତି ଯେ,  ଟ୍ୟାକ୍ସ କମ୍‌ କରିବାର ପାଇଁ ଅଧ୍ୟାଦେଶ  ପାସ୍‌ ହୋଇସାରିଛି ।

ଏହି ପରିବର୍ତ୍ତନ ଫଳରେ ସରକାର ୧,୪୫,୦୦୦ କୋଟି ଟଙ୍କାର କ୍ଷତି ସହିବେ।  ଏହା ଅଧିକ ରେଭେନ୍ୟୁ ପାଇଁ ସୁଯୋଗ ସୃଷ୍ଟି କରିବା ସହ ଟିକସର ପରିମାଣ ବଢ଼ାଇବ ବୋଲି ସୀତାରମଣ କହିଛନ୍ତି । ଏହି ନିଷ୍ପତ୍ତି ଫଳରେ ଘରୋଇ କମ୍ପାନୀଙ୍କୁ ୩୦% ବଦଳରେ ୨୨% ହାରରେ ଆୟକର ଦେବାକୁ ହେବ। ଏତଦ୍‌ବ୍ୟତୀତ ନୂଆ ମାନ୍ୟୁଫାକଚରିଂ କମ୍ପାନୀ ୧୫% ହାରରେ ଆୟକର ଦେବେ, ଯାହାକି ପୂର୍ବରୁ ୨୫% ଥିଲା ।

ତେବେ ଏଥିରେ ଗୋଟିଏ ସର୍ତ୍ତ ରହିଛି, ଏହି ସୁବିଧା ପାଇବାକୁ ହେଲେ ସେମାନଙ୍କୁ ଅନ୍ୟ କିଛି ରିହାତିରୁ ବଞ୍ଚିତ ହେବାକୁ ହେବ। ତେବେ ସରଚାର୍ଜ ଏବଂ ସେସ୍‌ ମିଶିବ । ପରେ ଇଫେକ୍ଟିଭ୍‌ ଟିକସ ହାର ଯଥାକ୍ରମେ ୨୫.୧୭% ଏବଂ ୧୭.୦୧% ରହିବ । ଆଜି ନିଆଯାଇଥିବା ନିଷ୍ପତ୍ତି ଏକ ବଡ଼ ପରିମାଣର ଟିକସ ହ୍ରାସ ବୋଲି ନିର୍ମଳା କହିଛନ୍ତି । ସରକାର ଆଲୋଚନା କରି ନେଉଥିବା ବିଭିନ୍ନ ପଦକ୍ଷେପ ମଧ୍ୟରେ ଏହା ଅନ୍ୟତମ । ଏକ ବିଧେୟକ ଅଣାଯାଇ ଟିକସ ଆଇନରେ ପରିବର୍ତ୍ତନ କରାଯାଇଥିବା ନିର୍ମଳା ସୂଚନା ଦେଇଛନ୍ତି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top