ଟେକ୍ନୋଲୋଜି

ଆସନ୍ତା ବର୍ଷ ମାର୍ଚ୍ଚରେ ବିକ୍ରି ହେବ ଏୟାର ଇଣ୍ଡିଆ ଓ ବିପିସିଏଲ: ନିର୍ମଳା ସୀତାରମଣ

sitaraman

ନୂଆଦିଲ୍ଲୀ: ଦେଶର ଦ୍ୱିତୀୟ  ଓ ସବୁଠାରୁ ବଡ ପେଟ୍ରୋଲିୟମ କମ୍ପାନୀ  ଭାରତ ପେଟ୍ରୋଲିୟମ କର୍ପୋରେଶନ ଲିମିଟେଡ (ବିପିସିଏଲ) ଓ  ଏୟାର ଇଣ୍ଡିଆ ବିକ୍ରି ହେବାର ପ୍ରକ୍ରିୟା  ଆସନ୍ତା ବର୍ଷ ମାର୍ଚ୍ଚ ସୁଦ୍ଧା ସମ୍ପୂର୍ଣ୍ଣ ହୋଇଯାଇଥିବ । ଏନେଇ ସୂଚନା ଦେଇଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।  ଏହି କାମ ଆସନ୍ତା ବର୍ଷ ମାର୍ଚ୍ଚ ସୁଦ୍ଧା ହୋଇଯିବା ନେଇ ସେ ଆଶା ପ୍ରକାଶ କରିଛନ୍ତି। ଅର୍ଥମନ୍ତ୍ରୀ କହିଛନ୍ତି ଯେ, ଏଦୁଇ କଂପାନିକୁ ବିକ୍ରି କରାଗଲେ ଚଳିତ ଆର୍ଥିକ ବର୍ଷରେ ସରକାରଙ୍କୁ ଏକ ଲକ୍ଷ କୋଟି ଟଙ୍କା ଲାଭ ମିଳିବ ।

ଦେଶକୁ ଆର୍ଥିକ ସଂକଟାବସ୍ଥାରୁ ରକ୍ଷା କରିବା ପାଇଁ ଜରୁରୀକାଳୀନ ଭିତ୍ତିରେ ଏହି ପଦକ୍ଷେପ ନିଆଯାଇଥିବା ସେ କହିଛନ୍ତି । ସୀତାରମଣ କହିଛନ୍ତି ଯେ, ଏୟାର ଇଣ୍ଡିଆର ବିକ୍ରି ପ୍ରକ୍ରିୟା ଆରମ୍ଭ କରାଯିବା ପୂର୍ବରୁ ନିବେଶକମାନଙ୍କ ଭିତରେ ଅଧିକ ଉତ୍ସାହ ଦେଖିବାକୁ ମିଳିଛି। ଗତ ବର୍ଷ ନିବେଶକମାନେ ଏୟାର ଇଣ୍ଡିଆକୁ କିଣିବା ପାଇଁ ସେଭଳି ଆଗ୍ରହ ଦେଖାଇ ନଥିବା ବି ସେ କହିଛନ୍ତି  ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top