ଦେଶ

ବାତ୍ୟା ନିସର୍ଗକୁ ନେଇ ଆଲର୍ଟରେ ଏନଡିଆରଏଫ,  ମହାରାଷ୍ଟ୍ରରେ 20ଟି ଟିମ୍‌ ମୁତୟନ

ନୂଆଦିଲ୍ଲୀ: ବାତ୍ୟା ନିସର୍ଗକୁ ନେଇ ଏନଡିଆରଏଫ ଟିମ୍  ଆଲର୍ଟ । ମୁମ୍ବାଇ ସମେତ ପୁରା ମହାରାଷ୍ଟ୍ର ବାତ୍ୟା ନିସର୍ଗ ସହ ମୁକାବିଲା କରିବା ପାଇଁ ପୁରା ପ୍ରସ୍ତୁତ ରହିଛି । ବାତ୍ୟା ସମୟରେ ସହାୟତା ଓ ଉଦ୍ଧାର କାର୍ଯ୍ୟ ପାଇଁ ଏନଡିଆରଏଫ ପୁରା ମହାରାଷ୍ଟ୍ରରେ  20 ଟି ଟିମ୍‌କୁ ମୁତୟନ କରିଛି ।  ମୁମ୍ବାଇରେ 8ଟି ଟିମ୍‌, ରାୟଗଡରେ 5ଟି  ଟିମ୍‌, ପାଲଘରରେ 2ଟି ଟିମ୍‌, ଠାଣେରେ 2ଟି ଟିମ୍‌ ମୁତୟନ ଅଛନ୍ତି ।

ତେବେ ଆଜିର ଦିନଟି ମୁମ୍ବାଇ ପାଇଁ ବାତ୍ୟା ନିସର୍ଗକୁ ନେଇ ସଙ୍କଟର ଦିନ । ଏଠାରେ ବାତ୍ୟା ନିସର୍ଗ 120 ସ୍ପିଡ୍‌ରେ ଘଣ୍ଟାପ୍ରତି ବହିବ ।  ଏହାପୂର୍ବରୁ ଲଗାତାର ବର୍ଷା ଜାରି ରହିଛି । ସାମୁଦ୍ରିକ ଝଡ ବହିବା ସମୟରେ 6 ଫୁଟ୍‌ ଉଚ୍ଚାର ଜୁଆର  ଉଠିବା ନେଇ ସମ୍ଭାବନା ରହିଛି । ଆରବସାଗରରେ ଉଠିଥିବା ନିସର୍ଗ ଏବେ ଚକ୍ରବର୍ତ୍ତି ବାତ୍ୟାରେ ପରିବର୍ତ୍ତନ ହୋଇଛି । ଏହା ଦିପ୍ରହର ବା ସନ୍ଧ୍ୟାରେ ଅଲିଗଡରେ ଲ୍ୟାଣ୍ଡଫଲ କରିବ । ଯାହା ମୁମ୍ବାଇ ଠାରୁ 94 କିମି ଦୂରରେ ଅବସ୍ଥିତ । ତେଣୁ ମୁମ୍ବାଇରେ ଏହାର ପ୍ରଭାବ ବହୁ ମାତ୍ରାରେ ପଡିବ  ।

ବାତ୍ୟାକୁ  ଦୃଷ୍ଟିରେ ରଖି ମୁମ୍ବାଇରେ 144 ଧାରା  ଲଗୁ କରାଯାଇଛି ।  ଲୋକମାନଙ୍କୁ ସମୁଦ୍ର ଓ ସମୁଦ୍ରକୂଳକୁ ନଯିବାକୁ  କୁହାଯାଇଛି । ପାର୍କ ଯିବାରେ ମଧ୍ୟ ରୋକ୍‌ ଲଗାଯାଇଛି । ଲୋକମାନଙ୍କୁ ଘରେ ରହିବାକୁ ଅପିଲ କରାଯାଇଛି । ସମୁଦ୍ରକୂଳିଆ ଅଞ୍ଚଳର ପ୍ରାୟ 10 ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି ।

.

Click to comment

Leave a Reply

Your email address will not be published. Required fields are marked *

Most Popular

To Top