ଟିଭି

ଲକଡାଉନରେ ଚାଲିଲାନି ବିଷ୍ଣୁ ପୁରାଣର ଯାଦୁ

ଅର୍ଗସ ବ୍ୟୁରୋ : ଲକଡାଉନରେ ନବେ ଦଶକର ରାମାନନ୍ଦ ସାଗରଙ୍କ ରାମାୟଣ ଏଭଳି ରେକର୍ଡ କଲା ଯେ, ସବୁ ଚ୍ୟାନେଲ ତାଙ୍କର ପୁରୁଣା ଶୋକୁ ପୁଣିଥରେ ଟେଲିକାଷ୍ଟ କରିବା ଆରମ୍ଭ କରିଦେଲେ। ଏହି ମଧ୍ୟରେ ରାମାୟଣ, ମହାଭାରତ ଓ ଶ୍ରୀକ୍ରିଷ୍ଣା ଭଳି ଶୋକୁ ବମ୍ପର ଟିଆରପି ମିଳିଛି। ତେବେ ନିତିଶ ଭରଦ୍ଵାଜଙ୍କ ଶୋ ବିଷ୍ଣୁ ପୁରାଣ ଦର୍ଶକଙ୍କ ମନ କିଣି ପାରିଲା ନାହିଁ।

ଡିଡି ଭାରତୀରେ ମେ 14ରେ ବିଷ୍ଣୁ ପୁରାଣର ପ୍ରସାରଣ ଆରମ୍ଭ ହୋଇଥିଲା। କିନ୍ତୁ ଏଯାଏଁ ଏହି ଶୋ ହିନ୍ଦି ଜିଇସି କାଟେଗୋରୀରେ ଟପ୍ 5 ଶୋରେ ସ୍ଥାନ ଗ୍ରହଣ କରିପାରି ନାହିଁ। ସେପେଟେ ରାମାୟଣ, ମହାଭାରତ ଏବଂ ଶ୍ରୀକୃଷ୍ଣା ଭଳି ସିରିଏଲ ଟେଲିକାଷ୍ଟ ତାଲିକାରେ ଟପରେ ଅଛନ୍ତି।

ରବି ଚୋପ୍ରାଙ୍କ ନିର୍ଦ୍ଦେଶନାରେ ବିଷ୍ଣୁ ପୁରାଣ କରାଯାଇଥିଲା। ଏହାକୁ ପ୍ରଥମ ଥର ପାଇଁ 2000 ଜାନୁଆରୀ 3ରେ ଟେଲିକାଷ୍ଟ କରାଯାଇଥିଲା। ତେବେ ବିଷ୍ଣୁ ପୁରାଣରେ ନିତିଶ ଭରଦ୍ଵାଜଙ୍କ ବ୍ୟତୀତ ବୈଦେହୀ ଅମରୁତେ, ସୁଧୀର ଦଲୱୀ, ସମର ଜୟ ସିଂ, ଇନ୍ଦ୍ର ମୋହନ, ବିକ୍ରାନ୍ତ ଚତୁର୍ବେଦୀ ମୁଖ୍ୟ ଭୂମିକାରେ ଥିଲେ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top