ଜୀବନ ମନ୍ତ୍ର

କରୋନା ସଙ୍କଟ: ଚଳିତବର୍ଷ ଅମରନାଥ ଯାତ୍ରା ବାତିଲ

ନୂଆଦିଲ୍ଲୀ: କରୋନା ମହାମାରୀ ପାଇଁ ସବୁ କ୍ଷେତ୍ର ପ୍ରଭାବିତ ହୋଇଛି । ଦେଶର ଅର୍ଥନୀତିଠୁ ଆରମ୍ଭ କରି ବିଭିନ୍ନ ତୀର୍ଥକ୍ଷେତ୍ରରେ କରୋନା ପ୍ରଭାବ ପଡ଼ିଛି । ଦେଶର ବିଭିନ୍ନ ତୀର୍ଥସ୍ଥାନ ଶ୍ରଦ୍ଧାଳୁଙ୍କ ପାଇ ବନ୍ଦ ରହିଛି । ବହୁ କଟକଣା ଭିତରେ ମନ୍ଦିରର ରୀତିନୀତି ହେଉଛି । ଏହାରି ଭିତରେ ପୁଣି ଭକ୍ତଙ୍କ ପାଇଁ ଆସିଛି ଦୁଃଖ ଖବର । ଏଥର ହେବନି ବହୁ ପ୍ରତିଷ୍ଠିତ ଅମରନାଥ ଯାତ୍ରା ।

କରୋନା କବଜାରେ ସାରା ଦେଶ । ଶିକ୍ଷାନୁଷ୍ଠାନ ସହ ସମସ୍ତ ମନ୍ଦିର ଯାତ୍ରାକୁ ବନ୍ଦ କରାଯାଉଛି । ଏହାରି ମଧ୍ୟରେ କରୋନା ପାଇଁ ଏବର୍ଷର ପ୍ରସିଦ୍ଧ ଅମରନାଥ ଯାତ୍ରା ବାତିଲ କରାଯାଇଛି । ଜମ୍ମୁ ଓ କାଶ୍ମୀର ଉପରାଜ୍ୟପାଳ ଗିରୀଶ ଚନ୍ଦ୍ର ମୁର୍ମୁ ନିଷ୍ପତ୍ତି ନେଇଛନ୍ତି । ଉପରାଜ୍ୟପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବୈଠକ ପରେ ଏପରି ନିଷ୍ପତ୍ତି ହୋଇଛି । ତେବେ ଏନେଇ ଜାତୀୟ ଗଣମାଧ୍ୟରେ ଖବର ପ୍ରକାଶ ପାଇଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top