X
Breaking News
ଦେଶ

ବର୍ଷିୟାନ୍‌ ଅଭିନେତା ଗିରିଶ କର୍ଣ୍ଣଡଙ୍କ ପରଲୋକ

Giris Karnad

ବାଙ୍ଗାଲୁରୁ: ବର୍ଷିୟାନ୍‌ ଅଭିନେତା ଗିରିଶ କର୍ଣ୍ଣଡଙ୍କ ପରଲୋକ । ଦୀର୍ଘ ଦିନ ଧରି ଅସୁସ୍ଥ ଥିବା ଗିରିଶଙ୍କର ଆଜି ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ 81 ବର୍ଷ ବୟସ ହୋଇଥିଲା । ବାଙ୍ଗାଲୁରୁ ସ୍ଥିତ ନିଜ ବାସଭବନରେ ତାଙ୍କର ପରଲୋକ ହୋଇଛି । ବଲିଉଡ୍‌ ଜଗତର ଜଣେ ଜଣାଶୁଣା କଳାକାର ଭାବେ ଗିରିଶ ପରିଚିତ । କନ୍ନଡ଼ ଓ ହିନ୍ଦି ଫିଲ୍ମରେ ଗିରିଶ ସକ୍ରିୟ ଅଭିନେତା ଥିଲେ । ସେ ଅନେକ ଫିଲ୍ମରେ ଅଭିନୟ କରି ଦର୍ଶକଙ୍କ ମନ କିଣି ପାରିଛନ୍ତି । ତେବେ ସଲମାନ ଖାନ୍‌ଙ୍କ ଅଭିନୀତ ହିନ୍ଦି ଫିଲ୍ମ ‘ଏକ୍‌ ଥା ଟାଇଗର’ରେ ସେ ଏକ ମୁଖ୍ୟ ଭୁମିକାରେ ନଜର ଆସିଥିଲେ । ଗିରିଶ କର୍ଣ୍ଣଡ଼ଙ୍କୁ ଜ୍ଞାନପୀଠ ପୁରସ୍କାରରେ ମଧ୍ୟ ସମ୍ମାନୀତ କରାଯାଇଛି ।

ଗିରିଶଙ୍କ ପରଲୋକ ଖବର ପାଇଁ ବଲିଉଡ୍‌ ଜଗତର ଅନେକ କଳାକାର ତାଙ୍କ ବାସଭବନକୁ ଶେଷ ଦର୍ଶନ ପାଇଁ ଆସିଛନ୍ତି । ସୋସିଆଲ ମିଡିଆରେ ମଧ୍ୟ ତାଙ୍କ ପରଲୋକ ନେଇ ଅନେକ ଦୁଃଖ ପ୍ରକାଶ କରିଛନ୍ତି ଏବଂ ତାଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top