ଖେଳ

ବିଶ୍ୱର ଏକ ନମ୍ବର ଟେନିସ୍‌ ପ୍ଲେୟର ଓ ତାଙ୍କ ପତ୍ନୀଙ୍କୁ କରୋନା

ନୂଆଦିଲ୍ଲୀ: ବିଶ୍ୱର ନମ୍ବର ୱାନ ଟେନିସ୍‌ ପ୍ଲେୟର୍‌ ନୋଭାକ ଜୋକୋଭିକ୍‌ଙ୍କୁ କରୋନା । ଜୋକୋଭିକ୍‌ଙ୍କ ସାମ୍ପଲ ଟେଷ୍ଟ କରାଯାଇଥିଲା । ଯାହାର ରିପୋର୍ଟ ପଜିଟିଭ୍‌ ଆସିଥିବା ଜଣାପଡ଼ିଛି । ଜୋକୋଭିକ୍‌ଙ୍କ ପତ୍ନୀ ମଧ୍ୟ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ନୋଭାକ୍‌ ଜୋକୋଭିକ୍‌ ବିଶ୍ୱର ଏକ ନମ୍ବର ଟେନିସ୍‌ ଖେଳାଳି । ଚଳିତ ବର୍ଷ ଅଷ୍ଟମ ଥର ପାଇଁ ଅଷ୍ଟ୍ରେଲିଆନ୍‌ ଓପନ ଗ୍ରାଣ୍ଡ ସ୍ଲାମ୍‌ ଟାଇଟଲ୍‌ ହାସଲ କରିଥିଲେ ଜୋକୋଭିକ୍‌ ।

କ୍ରୋଏସିଆରେ ଆୟୋଜିତ ପ୍ରଦର୍ଶନୀ ଟେନିସ୍‌ ମ୍ୟାଚ୍‌ରେ ଭାଗ ନେଇଥିଲେ ଜୋକୋଭିକ୍‌ । ଯେଉଁଠାରେ କିଛି ଖେଳାଳି କରୋନା ଆକ୍ରାନ୍ତ ଥିବା ଜଣାପଡ଼ିଥିଲା । ଏହାପରେ ଜୋକୋଭିକ୍‌ ନିଜର ପରୀକ୍ଷା କରାଇଥିଲେ । ପରୀକ୍ଷା ପରେ ସେ ମଧ୍ୟ କରୋନା ପଜିଟିଭ୍‌ ଥିବା ଜଣାପଡ଼ିଲା ।

ଏହାପୂର୍ବରୁ 3 ଅନ୍ୟ ପ୍ଲେୟର କରୋନା ଆକ୍ରାନ୍ତ ଥିବା ଜଣାପଡ଼ିଥିଲା । ପରେପରେ କ୍ରୋଏସିଆରେ ଆୟୋଜିତ ଏହି ମ୍ୟାଚ୍‌କୁ ବାତିଲ କରିଦିଆଯାଇଥିଲା ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top