ନ୍ୟୁଜ୍

ବାର୍ଡ ଫ୍ଲୁରୁ ମୁକ୍ତି, କୁକୁଡା ମାଂସ ଓ ଅଣ୍ଡା ଖାଇ ପାରିବେ ଖାଉଟି

ଭୁବନେଶ୍ଵର : ବାର୍ଡ ଫ୍ଲୁରୁ ମୁକ୍ତି। ଏଣିକି କୁକୁଡା ମାଂସ ଓ ଅଣ୍ଡା ଖାଇପାରିବେ ଖାଉଟି । ସ୍ପଷ୍ଟୀକରଣ କଲା ଭୁବନେଶ୍ଵର ଓୟୁଏଟି। କୁକୁଡା ମାଂସ ଓ ଅଣ୍ଡା ଖାଇବାକୁ ଭୟ କରନ୍ତୁ ନାହିଁ ବୋଲି ଓୟୁଏଟି କତ୍ତୃପକ୍ଷ କହିଛନ୍ତି ।

ବାର୍ଡ ଫ୍ଲୁ ଆଶଙ୍କାରେ ଲୋକମାନେ କୁକୁଡା ମାଂସ ଓ ଅଣ୍ଡା ଖାଉ ନଥିଲେ । ଏବେ ଏଥିପାଇଁ ଭୟ କରିବା ଆବଶ୍ରକ ନାହିଁ ବୋଲି ଓୟୁଏଟି କତ୍ତୃପକ୍ଷ କହିଛନ୍ତି । ସରକାରଙ୍କ ତରଫରୁ ଓୟୁଏଟି କୁକୁଡା ଫାର୍ମ ଓ ଏହାର ଏକ କିଲୋମିଟର ବ୍ୟାସାର୍ଦ୍ଧ ଅଞ୍ଚଳରେ ସମସ୍ତ କୁକୁଡା ଓ ବତକକୁ ମାରି ପୋତାଯାଇଛି । ଏହା ସହ ଉପଲବ୍ଧ ଅଣ୍ଡା ଓ କୁକୁଡା ଖାଦ୍ୟକୁ ନଷ୍ଟ କରି ପୋତି ଦିଆଯାଇଛି । ଓୟୁଏଟି କୁକୁଡ଼ା ଫାର୍ମର ଏକ କିମି ବ୍ୟାସାର୍ଦ୍ଧ ଅଞ୍ଚଳରେ ବିଶୋଧକ ପ୍ରୟୋଗ କରାଯାଇଛି । ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ ତରଫରୁ ୪ ଫେବୃଆରୀ ୨୦୨୦ରେ ଜୀବାଣୁ ମୁକ୍ତ ପ୍ରମାଣପତ୍ର ପ୍ରଦାନ କରାଯାଇଛି । ତେଣୁ କୁକୁଡା ମାଂସ ଓ ଅଣ୍ଡା ଖାଇବାରେ ଏବେ କୌଣସି ପ୍ରତିବନ୍ଧକ ନାହିଁ । କୁକୁଡା ମାଂସ କିମ୍ବା ଅଣ୍ଡାକୁ ଭଲ ଭାବରେ ସିଝାଇ ଖାଇଲେ ରୋଗର କୌଣସି ଭୟ କରିବା ଆବଶ୍ୟକ ନାହିଁ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top