ଅପରାଧ

ନର୍ସ ନିହାରିକା ହତ୍ୟାକାଣ୍ଡ ମାମଲା: ଅଭିଯୁକ୍ତ ରାଜାର ଜାମିନ ଆବେଦନ ଖାରଜ

niharika murder

ଭୁବନେଶ୍ୱର:  ନର୍ସ ନିହାରିକା ହତ୍ୟାକାଣ୍ଡ ମାମଲା । ଅଭିଯୁକ୍ତ ରାଜାର ଜାମିନ ଆବେଦନ ଖାରଜ କଲେ ଏସଡିଜେଏମ କୋର୍ଟ । 14 ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ଗଲା ନିହାରିକାଙ୍କ ହତ୍ୟାକାରୀ  ବୟଫ୍ରେଣ୍ଡ କିଶୋର ଅଞ୍ଚଲ ଓରଫ ରାଜା । । ଗତକାଲି ଜଗତସିଂହପୁର ଏସପି ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ରହସ୍ୟର ଉନ୍ମୋଚନ କରିଥିଲେ ।

କଟକରେ ଥିବା ସାଙ୍ଗ ଘରେ ନିହାରୀକାଙ୍କୁ ନେଇ ସେଠାରେ ତାଙ୍କର ତଣ୍ଟିଚିପି ରାଜା ହତ୍ୟା କରିଥିବା କହିଛି ପୁଲିସ । ତେବେ ହତ୍ୟା ପରେ ରାଜା ନିହାରୀକାଙ୍କ ମୃତଦେହକୁ ଏକ ଅଖାରେ ପୁରାଇ ବାଇକରେ ନେଲା ବେଳର ଦୃଶ୍ୟ ତଥା ସିସିଟିଭି ଫୁଟେଜ ମଧ୍ୟ ପୁଲିସର ହସ୍ତଗତ ହୋଇଥିବା ପୋଲିସ ସୂଚନା ଦେଇଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top