ଅପରାଧ

ନର୍ସ ନିହାରୀକାଙ୍କ ମୃତ୍ୟୁ ଘଟଣାରେ ପର୍ଦ୍ଦାଫାସ: ପ୍ରେମିକ ରାଜା ହିଁ ହତ୍ୟାକାରୀ

niharika murder

ଭୁବନେଶ୍ୱର:  ନର୍ସ ନିହାରୀକାଙ୍କ ରହସ୍ୟମୟ ମୃତ୍ୟୁ ଘଟଣାରେ ହେଲା ପର୍ଦ୍ଦାଫାସ । ନିହାରୀକାଙ୍କ ପ୍ରେମିକ କିଶୋର କୁମାର ଆଂଚଲ ଓରଫ ରାଜା ହିଁ ତାଙ୍କୁ ହତ୍ୟା କରିଥିବା ସ୍ପଷ୍ଟ ହୋଇଛି । ଏପରିକି ହତ୍ୟାକାଣ୍ଡ ସଂପର୍କରେ ପୋଲିସ ପାଖରେ ପର୍ଯ୍ୟାପ୍ତ ପ୍ରମାଣ ରହିଛି ।

niharika murder

ଜଗତସିଂହପୁର ଏସପି ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ରହସ୍ୟର ଉନ୍ମୋଚନ କରିଛନ୍ତି । କଟକରେ ଥିବା ସାଙ୍ଗ ଘରେ ନିହାରୀକାଙ୍କୁ ନେଇ ସେଠାରେ ତାଙ୍କର ତଣ୍ଟିଚିପି ରାଜା ହତ୍ୟା କରିଥିବା କହିଛି ପୋଲିସ । ତେବେ ହତ୍ୟା ପରେ ରାଜା ନିହାରୀକାଙ୍କ ମୃତଦେହକୁ ଏକ ଅଖାରେ ପୁରାଇ ବାଇକରେ ନେଲା ବେଳର ଦୃଶ୍ୟ ତଥା ସିସିଟିଭି ଫୁଟେଜ ମଧ୍ୟ ପୁଲିସର ହସ୍ତଗତ ହୋଇଛି ।

niharika murder

ସୂଚନାଯୋଗ୍ୟ, ନୀହାରିକାଙ୍କ ମୃତ୍ୟୁପରଠାରୁ ତାଙ୍କ ବୟଫ୍ରେଣ୍ଡ ରାଜା ଫେରାର ଥିଲା । ଗତକାଲି ସେ ପୁଲିସ ନିକଟରେ ଆତ୍ମସମର୍ପଣ କରିଥିଲା। ଏହାପରେ ପୁଲିସ ରାଜାକୁ ପଚରାଉଚରା କରିଥିଲା। ତିନି ଦିନ ତଳେ ବିଲୁଆଖାଇ ନଦୀ ପଠାରୁ ନର୍ସ ନୀହାରିକାଙ୍କ ମୃତଦେହ ମିଳିଥିଲା । ନିହାରିକାଙ୍କ ଗାଁ ଭିଙ୍ଗାରପୁରରେ ବୋଲି ଜଣାଯାଇଛି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top