ଟିଭି

ମାଷ୍ଟରସେଫ୍ ମୁକୁଟ ପିନ୍ଧିଲେ ଓଡ଼ିଆ ପୁଅ ଅବିନାଶ

ଭୁବନେଶ୍ଵର : ମାଷ୍ଟରସେଫ୍ ମଞ୍ଚରେ କମାଲ ଦେଖାଇଛନ୍ତି ଓଡ଼ିଆ ପୁଅ। ଏହି ଜାତୀୟ ସ୍ତରୀୟ ମଞ୍ଚରେ ଓଡ଼ିଶା ପାଇଁ ଏକ ସ୍ଵତନ୍ତ୍ର ସ୍ଥାନ ହାସଲ କରିଥିବା ୨୭ ବର୍ଷୀୟ ଅବିନାଶ ନାୟକ ସିଜନ ୬ର ବିଜେତା ହୋଇଛନ୍ତି। ଓଡ଼ିଶାର ଗଞ୍ଜାମ ଜିଲ୍ଲା ଆସ୍କାରୁ ଯାଇଥିବା ଅବିନାଶ କୋଲକାତାର ଅଣ୍ଡ୍ରିଲା ବାଲାଙ୍କୁ ହରାଇ ମାଷ୍ଟରସେଫ୍ ଟ୍ରଫିକୁ ନିଜ ନାମରେ କରିଛନ୍ତି। ଏଥିପାଇଁ ତାଙ୍କୁ ୨୫ ଲକ୍ଷ ଟଙ୍କା ପୁରସ୍କାର ରାଶି ମଧ୍ୟ ମିଳିଛି। ଗତ ରବିବାର ଅନ୍ତରାଷ୍ଟ୍ରୀୟ ସେଫ୍ ବିକାଶ ଖନ୍ନା, ବିନିତ ଭାଟିଆ ଓ ରଣବୀର ବ୍ରାର ସିଜନ ୬ର ବିଜେତା ଭାବରେ ଅବିନାଶଙ୍କ ନାମ ଘୋଷଣା କରିଥିଲେ।

ଓଡ଼ିଶାର ବ୍ରହ୍ମପୁର ଜିଲ୍ଲା ଆସ୍କାରୁ ଏକ ଛୋଟ ଗ୍ରାମରୁ ମାଷ୍ଟରସେଫ୍ ଭଳି ଏକ ଜାତୀୟ ସ୍ତରୀୟ ମଞ୍ଚରେ ଅବିନାଶ ନାୟକ ଓଡ଼ିଆ ଖାଦ୍ୟ ପରଷି କମାଲ କରିଥିଲେ। ସେ ଅଡ଼ିଶନ ରାଉଣ୍ଡରୁ ଓଡ଼ିଆ ଖାଦ୍ୟ ପରଷି ସଫଳ ଯାତ୍ରା ଆରମ୍ଭ କରିଥିଲେ। ଓଡ଼ିଆ ଖାଦ୍ୟ ଚିକେନ୍ ବେସର ପରଷି ସେ ଜଜମାନଙ୍କୁ ବିସ୍ମିତ କରିଥିଲେ। ଓଡ଼ିଶାର ଏକ ପାରମ୍ପରିକ ଖାଦ୍ୟକୁ ଆଧୁନିକତାର ଟ୍ଵିଷ୍ଟ୍ ଦେଇ ଜଜଙ୍କ ଠାରୁ ଭୁରି ଭୁରି ପ୍ରଶଂସା ସାଉଁଟିଥିଲେ ଅବିନାଶ।

ଓଡ଼ିଶାର ପରିଚୟ ରସଗୋଲାକୁ ମଧ୍ୟ ସେ ଏହି ମଞ୍ଚରେ ଉପସ୍ଥାପନ କରିଛନ୍ତି। ମନ୍ଦାରକୁ ବ୍ୟବହାର କରି ସେ ଏକ ସ୍ଵତନ୍ତ୍ର ରସଗୋଲା ପ୍ରସ୍ତୁତ କରିଥିଲେ, ଯାହାକି ଜଜଙ୍କ ନିକଟରେ ବେଶ୍ ଆଦୃତ ହୋଇଥିଲା। ଏପରିକି ଏହି ଡିସ୍ ମାଷ୍ଟରସେଫ୍ ଗ୍ରାଣ୍ଡ୍ ୱାଲରେ ସ୍ଥାନିତ ହୋଇଥିଲା।

କେବଳ ସେତିକି ନୁହେଁ ଅବିନାଶ ରୋଷେଇ କ୍ଷେତ୍ରରେ ତାଙ୍କ ପାରଦର୍ଶୀତା ପୂର୍ବରୁ ପ୍ରମାଣ କରିସାରିଛନ୍ତି। ସେ ଲୁକିକୁକସ୍ ଫେଲୋସିପ୍ ୨୦୧୯ ମଧ୍ୟ ହାସଲ କରିଛନ୍ତି। ଏପରିକି ହଙ୍ଗ୍ରୀ ଫର ହଳଦୀରାମସ୍ କୁକିଂ ପ୍ରତିଯୋଗୀତାରେ ଟପ୍ ୧୫ ଜଣଙ୍କ ମଧ୍ୟରେ ଆସିଥିଲେ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top