X
Breaking News
ରାଜ୍ୟ

ଓଡ଼ିଆ ଭାଷାକୁ କମିଶନରେଟ୍ ପୋଲିସର ଅଣଦେଖା

cp

ଭୁବନେଶ୍ୱର: ଓଡିଆ ଭାଷାକୁ କମିଶନରେଟ ପୋଲିସର ଅଣଦେଖା । ସଂସଦରେ ଓଡିଆ ଭାଷାକୁ ସ୍ୱୀକୃତି ମିଳିଲା  । ଆମ ବିଧାନସଭାରେ ମଧ୍ୟ ପ୍ରସ୍ତାବ ଗୃହୀତ ହେଲା  । ଓଡିଆରେ କାଗଜପତ୍ର କରିବାକୁ ସରକାର ସବୁ ବିଭାଗକୁ ନିର୍ଦ୍ଦେଶ ଦେଲେ । ମାତ୍ର ତାହା ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରୁ ନାହିଁ । ବେସରକାରୀ କିମ୍ବା ଘରୋଇ ବୋର୍ଡ କଥା ଛାଡନ୍ତୁ, ଖାସ କରି ଟ୍ରାଫିକ ସଚେତନତା ପାଇଁ ପୋଲିସ ପକ୍ଷରୁ ଯେଉଁ ବାର୍ତ୍ତା ଦିଆଯାଇଛି, ତାହା ମଧ୍ୟ ପ୍ରତି ଛକରେ ଇଂରାଜୀରେ ଲେଖାଯାଇଛି  ।

ସେପ୍ଟେମ୍ବର 1ରୁ ସାରା ରାଜ୍ୟରେ ଲାଗୁ ହୋଇଛି ନୂଆ ମୋଟର ଯାନ ଆଇନ୍ । ନୂଆ ଟ୍ରାଫିକ ନିୟମକୁ କଡ଼ାକଡ଼ି କରିବା ଲାଗି ଅଣ୍ଟା ଭିଡ଼ିଛନ୍ତି ରାଜ୍ୟ ସରକାର । କେଉଁ ନିୟମ ଉଲ୍ଲଂଘନ କଲେ କେତେ ପରିମାଣର ଜରିମାନା ଗଣିବାକୁ ହେବ ସେନେଇ ଛକ ଗୁଡ଼ିକରେ କମିସନରେଟ ପୋଲିସ ପକ୍ଷରୁ ରହିଛି ନିୟମାବଳୀ । କିନ୍ତୁ ଭଲ କରି ନଜର ପକାନ୍ତୁ ନିୟମାବଳୀ ଲେଖାଯାଇଥିବା ଏହି ପୋଷ୍ଟର ଉପରେ । ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଏହି ପୋଷ୍ଟରଟି ସଂପୂର୍ଣ୍ଣ ଇଂରାଜୀରେ ଲେଖା ହୋଇଛି । ଓଡ଼ିଆ ଭାଷାର ଚିହ୍ନବର୍ଣ୍ଣ ନାହିଁ । ମାତ୍ର ଏ ସଂପର୍କରେ କେତେ ସଚେତନ କମିଶନରେଟ ପୋଲିସ  ।

Commissionerate police

ଏ ବିଷୟରେ ଟ୍ରାଫିକ ଡିସିପି ସାଗରିକା ନାଥ  ନିଜେ ମଧ୍ୟ ଜାଣି ନାହାଁନ୍ତି, ନିୟମଗୁଡିକ କେଉଁ ଭାଷାରେ ଲେଖାଯାଇଛି  । ଏଠାରେ ପ୍ରଶ୍ନ ଉଠୁଛି ଯେ ଇଂରାଜୀରେ ଭାଷାରେ ଥିବା ଏହି ନିୟମାବଳୀଗୁଡ଼ିକୁ ଅଶିକ୍ଷିତ ଓ ଅର୍ଦ୍ଧଶିକ୍ଷିତ ଲୋକଙ୍କ ପାଇଁ କେତେ ସହାୟକ ହେବ  । ଟ୍ରାଫିକ ନିୟମ ବିଷୟରେ ଲୋକଙ୍କୁ ସଚେତନ କରାଇବା ଲାଗି ଏହି ପୋଷ୍ଟର ଲଗାଯାଇଥିବା ବେଳେ ଏହା ଲୋକଙ୍କ କାମରେ ଆସୁଛି ତ ?  ଓଡିଶାରେ ଓଡିଆ ଭାଷାରେ ଲେଖା ନ ଯାଇ, ଇଂରାଜୀ ଭାଷାରେ କାହିଁକି ଏବଂ କାହାପାଇଁ ଲେଖାଯାଉଛି ବୋଲି ଲୋକେ ପ୍ରଶ୍ନ କରିଛନ୍ତି  ।

ସରକାର ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ଗୁଡ଼ିକରେ ନାମ ଫଳକ ଓଡ଼ିଆରେ ଲେଖିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି  । କିନ୍ତୁ  ଅନ୍ୟପଟେ ସରକାରଙ୍କ ଏହି ନିୟମକୁ ଖୋଦ ସରକାରୀ କର୍ମଚାରୀ ଅବମାନନା କରୁଥିବା ବେଳେ ନିଦା ବିଷ୍ଣୁ ପାଲଟିଛନ୍ତି ସରକାର  ।  ସେପଟେ ଓଡ଼ିଆ ଭାଷା ପ୍ରତି ସରକାରଙ୍କ ଆନ୍ତରିକତା ନଥିବା କହିଛନ୍ତି ବୁଦ୍ଧିଜୀବୀ ।

Commissionerate police

ଓଡିଆ ଭାଷାରେ ସମସ୍ତ ସରକାରୀ କାଗଜପତ୍ର କରିବା ପାଇଁ କ୍ୟାବିନେଟରେ ନିଷ୍ପତ୍ତି ହେଲା, ବିଧାନସଭାରେ ସର୍ବ ସମ୍ମତି କ୍ରମେ ପ୍ରସ୍ଥାବ ଗୃହୀତ ହେଲା  । ସରକାରୀ ଅଫିସରମାନଙ୍କୁ ନିର୍ଦ୍ଦେଶ ଦିଆଗଲା  । ମାତ୍ର ତାହା ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେଉନାହିଁ  । ଖାସକରି ପ୍ରଚାର ପ୍ରସାର ତଥା ଜନ ସଚେତନତା ସୃଷ୍ଟି କରିବା ପାଇଁ ପୋଲିସ ଯେଉଁ ଟ୍ରାଫିକ ସଚେତନତା କରୁଛି, ତାହା ମଧ୍ୟ ଇଂରାଜୀରେ ଲେଖାଯାଇଛି  ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top