ମନୋରଞ୍ଜନ

ପରଦାକୁ ଆସୁଛି ଓଡ଼ିଆ ସିନେମା ‘ମୁଁ ପରଦେଶୀ ଚଢ଼େଇ’, ପ୍ରଥମ ଥର ପାଇଁ ଏହି ଦୁଇ ଯୋଡିକୁ ଦର୍ଶକ ଦେଖିବେ..

Ollywood Film

ଭୁବନେଶ୍ୱର:  ପରଦାକୁ ଆସୁଛି ‘ମୁଁ ପରଦେଶୀ ଚଢ଼େଇ’ । ନୂଆ ବର୍ଷରେ ଓଡ଼ିଆ ସିନେମା  ‘ମୁଁ ପରଦେଶୀ ଚଢ଼େଇ’  ଜାନୁଆରି ୧୦ ତାରିଖରେ ରିଲିଜ୍ ହେବ ବୋଲି ସୂଚନା ମିଳିଛି । ଏହି ଫିଲ୍ମରେ ପ୍ରଥମ ଥର ପାଇଁ ‘ମୁଁ ପରଦେଶୀ ଚଢ଼େଇ’ ମାଧ୍ୟମରେ ଓଲିଉଡର ଜଣାଶୁଣା କଳାକାର ଅର୍ଦ୍ଧେନ୍ଦୁ ଓ ଅନୁଭା  ନଜର ଆସିବେ । ଏହା ଏକ ରୋମାଣ୍ଟିକ୍ ଫିଲ୍ମ।ଏଥିରେ ମିହିର ଦାସଙ୍କୁ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ। ଏହି ଫିଲ୍ମରେ ଅର୍ଦ୍ଧେନ୍ଦୁ , ଅନୁଭା , ମିହିର ଦାସଙ୍କ ବ୍ୟତୀତ ପୁଷ୍ପା ପଣ୍ଡା ଓ ମନୋଜ ମିଶ୍ର ପ୍ରମୁଖଙ୍କୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ।

‘ମୁଁ ପରଦେଶୀ ଚଢେଇ’ର ନିର୍ଦ୍ଦେଶକ ହେଲେ କେ.ମୁରଲୀ କ୍ରିଷ୍ଣା,ଯିଏ କି ଆଗରୁ ରଙ୍ଗିଲା ଟୋକା, ଚଉକା ଛକା,କେହି ଜଣେ ଭଲ ଲାଗେରେ,ଗପ ହେଲେ ବି ସତ,ଜଗା ହାତରେ ପଘା,ଅଭୟ,ଅଗସ୍ତ୍ୟ ,ବେବି ଓ ଚଂପିଆନ୍ ଆଦି ସିନେମାର ନିର୍ଦ୍ଦେଶନା ଦେଇଛନ୍ତି। ପ୍ରଥମଥର ପାଇଁ ଅର୍ଦ୍ଧେନ୍ଦୁ-ଅନୁଭାଙ୍କ ଯୋଡ଼ି କି କମାଲ୍ କରୁଛନ୍ତି,ତାହା ଦେଖିବାକୁ ବାକି ରହିଲା। ଏହାସହ ଏହାର ଦୁଇଟି ପୋଷ୍ଟର ରିଲିଜ୍ ହୋଇଛି। ତା’ଛଡ଼ା ଏହାର ଅଡିଓ ବି ରିଲିଜ୍ ହୋଇଛି। ଏହାର ସେନସର କାମ ବି ସରିଛି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top