X
Breaking News
ନ୍ୟୁଜ୍

ଦୁଇଟି ପୃଥକ ଗାଡିରୁ ୧୯୪ କିଲୋ ଗଞ୍ଜେଇ ଜବତ

ganja

ରାୟଗଡା: ରାୟଗଡା ଜିଲ୍ଲା ବିଷମକଟକ ଥାନା ପୋଲିସ ଦ୍ୱାରା ଦୁଇଟି ପୃଥକଗାଡିରୁ ୧୯୪ କିଲୋ ଗଞ୍ଜେଇ ଜବତ । ଏହାର ଆନୁମାନିକ ମୂଲ୍ୟ ୪ ଲକ୍ଷ୍ୟ ଟଙ୍କା । ଘଟଣାସ୍ଥଳରେ ଦୁଇଟି ଗାଡି ମାଲିକଙ୍କୁ ଡାକି ପୋଲିସ ପଚରାଉଚରା କରିବା ସହ ତଦନ୍ତ ଜାରି ରଖିଛି ।

ganja

ବିଷମକଟକ ଏସ୍.ଡି.ପି.ଓ ଙ୍କ ସୂଚନା ଅନୁସାରେ ବିଷମକଟକ ଥାନା ପୋଲିସ୍ ଗତକାଲି ରାତି ପେଟ୍ରୋଲିଙ୍ଗ ସମୟରେ ଦୁଇଟି ଗାଡିକୁ ସନ୍ଦେହଜନକ ଅବସ୍ଥାରେ ଦେଖିବାକୁ ପାଇଥିଲେ। ଗୋଟିଏ ଇଣ୍ଡିଗୋ ଗାଡି ଦୁର୍ଘଟଣା ହୋଇଥିବା ସମୟରେ ସେହିଗାଡିର ନଂ ପ୍ଲେଟ୍ ପଶ୍ଚିମବଙ୍ଗର ଲାଗିଥିବା ବେଳେ ତଦନ୍ତପରେ ଜଣାପଡିଥିଲା ଯେ ତାହା କୌଣସି ଇଣ୍ଡିଗୋ କାର୍ ର ନୁହେଁ ତାହା ଗୋଟିଏ ବଡ ଚାରିଚକିଆ ଯାନର ନଂ ବୋଲି ପୋଲିସ୍ ଜାଣିବାକୁ ପାଇଥିଲା। ଆଉ ଗୋଟିଏ ଗାଡି ବହୁତ ଦ୍ରୁତଗତିରେ ଯାଉଥିବା ଦେଖି ପୋଲିସ ତାକୁ ଅଟକ ରଖିବାକୁ ଚେଷ୍ଟା କରିଥିଲା । କିନ୍ତୁ ଗାଡିର ଡ୍ରାଇଭର ଓ ହେଲଫର ଗାଡିକୁ ଛାଡି ଫେରାର ହଇଯାଇଥିଲେ। ଦୁଇଟି ଗାଡିରୁ ୧୯୪ କିଲୋ ଗଞେଇ ଥିବା ବିଷମକଟକ ଏସ୍.ଡି.ପି.ଓ ପ୍ରକାଶ କରିଛନ୍ତି ଏବଂ ଆଗାମି ଦିନରେ ଏହିପରି ଗଞ୍ଜେଇ ଚୋରାଚାଲାଣ ଉପରେ ପୋଲିସ୍ ଦୃଢ ପଦକ୍ଷେପ ନିଆଯିବ ବୋଲି ପ୍ରକାଶ କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top