ଅପରାଧ

ରାଉରକେଲାରେ ଲଜ୍ଜା ! ଅନାଥ ଝିଆରୀକୁ ସମ୍ପର୍କୀୟ ମଉସା ଦୁଷ୍କର୍ମ କରିଥିବା ଅଭିଯୋଗ

rape

ରାଉରକେଲା: ରାଉରକେଲାରେ ଲଜ୍ଜା ! ରାଉରକେଲାର ଟିମ୍ବର କଲୋନୀ ଅଞ୍ଚଳରୁ ଆସିଛି ଏଭଳି ସଙ୍ଗୀନ ଅଭିଯୋଗ । ଏଭଳି ଅଭିଯୋଗ ହୋଇଛି ପ୍ଲାଣ୍ଟ ସାଇଟ ଥାନାରେ । ବାପା-ମା ଛେଉଣ୍ଡ ଝିଆରୀଙ୍କ ସହ ଗତ 3 ମାସ ଧରି ନିଜ ସମ୍ପର୍କୀୟ ମଉସା କ୍ରିଷ୍ଣା ସିଂ ଦୁଷ୍କର୍ମ କରି ଆସୁଥିବା ଅଭିଯୋଗ ହୋଇଛି ।

ତେବେ ଗତକାଲି ପୀଡ଼ିତାଙ୍କ ସହ ଦୁଷ୍କର୍ମ ଉଦ୍ୟମ କରିଥିବା ବେଳେ ପୀଡ଼ିତା ଘରୁ ବାହାରି ପଡ଼ୋଶୀଙ୍କୁ ଜଣାଇଥିଲେ । ପରେ ପୀଡ଼ିତା ସମାଜସେବୀ ପ୍ରମିଳା ଦାସଙ୍କ ସାହାଯ୍ୟ ନେଇ ସ୍ଥାନୀୟ ପ୍ଲାଣ୍ଟ ସାଇଟ ଥାନାରେ ଦୁଷ୍କର୍ମ ମାମଲା ରୁଜୁ କରିଛନ୍ତି ।

 ଏ ସମ୍ପର୍କରେ କାହାକୁ ଜଣାଇଲେ ଜୀବନରୁ ମାରି ଦେବାର ଧମକ ଦେଉଥିଲେ ପୀଡ଼ିତାଙ୍କ ମାଉସୀ । ତେବେ ଅଭିଯୋଗ ପାଇବା ପରେ ପ୍ଲାଣ୍ଟ ସାଇଟ ଥାନା ପୋଲିସ ଅଭିଯୁକ୍ତକୁ ଗିରଫ କରି ତଦନ୍ତ ପ୍ରକ୍ରିୟା ଜାରି ରଖିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top