X
Breaking News
ନ୍ୟୁଜ୍

ବଡ଼ ଦେଉଳରେ ଜଳିଲା ବିଜୁଳି ଆଲୁଅ

puri

ପୁରୀ: ବଡ଼ ଦେଉଳରେ ଜଳିଲା ବିଜୁଳି ଆଲୁଅ । ଦୀର୍ଘ 12 ଦିନ ପରେ ଶ୍ରୀମନ୍ଦିର ଆଲୋକିତ ହୋଇଛି । ତେବେ ଆଜି ସନ୍ଧ୍ୟା ସୁଦ୍ଧା ବଡ଼ଦାଣ୍ଡରେ ବିଦ୍ୟୁତ ଆଲୋକ ଜଳିବା ସମ୍ଭାବନା ରହିଛି । ତେବେ ସେସୁର ନିର୍ବାହୀ ଯନ୍ତ୍ରୀ ଏନେଇ ସୂଚନା ଦେଇଛନ୍ତି ।

ବାତ୍ୟା ଫୋନି ମାଡ଼ ହେବାର ୧୨ ଦିନ ପରେ ପୁରୀ ସହରକୁ ବିଦ୍ୟୁତ୍‌ ସଂଯୋଗ ଦିଆଯାଇଛି । ତେବେ ଗତକାଲି ବିଳମ୍ବିତ ରାତିରେ ପୁରୀ ବାଲିଘାଟ ଗ୍ରୀଡ୍‌କୁ ବିଦ୍ୟୁତ୍‌ ସଂଯୋଗ ଦିଆଯାଇଛି । ଏହା ସହ ଆଜି ଭୋର୍‌ରୁ ଶ୍ରୀରାମନଗର ପ୍ରାଇମେରୀ ସବ୍‌ଷ୍ଟେସନକୁ ବିଦ୍ୟୁତ୍‌ ସଂଯୋଗ କରାଯାଇଛି । ଏନେଇ ପୁରୀ ଡିଭିଜନର ସେସୁ ନିର୍ବାହୀ ଯନ୍ତ୍ରୀ ସୂଚନା ଦେଇଛନ୍ତି । ପରେ ପରେ କଚେରୀ, ଅଠରନଳା, ଚାରିନଳା ଓ ବଳିଆପଣ୍ଡା ଅଞ୍ଚଳକୁ ବିଦ୍ୟୁତ୍ ସଂଯୋଗ ଦିଆଯିବ ବୋଲି କୁହାଯାଇଛି ।

ମେ’ ୩ରେ ପୁରୀରେ ସାମୁଦ୍ରିକ ଝଡ଼ ‘ଫୋନି’ ଲ୍ୟାଣ୍ଡଫଲ୍ କରିଥିଲା । ବର୍ଷା ସାଙ୍ଗକୁ ୨୪୦ କିଲୋମିଟରରୁ ଅଧିକ ବେଗରେ ପବନ ବହିଥିଲା । ଫଳରେ ପୂରା ସହର ଧ୍ୱସ୍ତ ବିଧ୍ୱସ୍ତ ହୋଇ ପଡ଼ିଥିଲା । ଶହ ଶହ ସଂଖ୍ୟାର ବିଦ୍ୟୁତ୍ ଖୁଣ୍ଟ ଉପୁଡ଼ିପଡ଼ିବା ସହ ତାର ଛିଣ୍ଡି ଯାଇଥିଲା । ଫଳରେ ପୁରୀରେ ବିଦ୍ୟୁତ୍ ସେବା ସଂପୂର୍ଣ୍ଣ ବନ୍ଦ ହୋଇ ଯାଇଥିଲା ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top