ନ୍ୟୁଜ୍

୪ ଜିଲ୍ଲା ଓ ରାଉରକେଲା ଜୁଲାଇ ୩୧ ଯାଏଁ ଲକ୍‌ଡାଉନ

ଭୁବନେଶ୍ୱର: 4 ଜିଲ୍ଲା ଓ ଗୋଟିଏ ମହାନଗର ନିଗମ ଜୁଲାଇ 31 ଯାଏ ଲକଡାଉନ ଘୋଷଣା କଲେ ରାଜ୍ୟ ସରକାର । ଖୋର୍ଦ୍ଧା, ଗଞ୍ଜାମ, ଯାଜପୁର, ଓ କଟକ ଜିଲ୍ଲା ଏବଂ ରାଉରକେଲା ମହାନଗର ନିଗମ ଜୁଲାଇ 31 ଯାଏ ଲକ୍‌ଡାଉନ । ଏନେଇ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ।

ଏହି ସମୟ ମଧ୍ୟରେ ବିଶେଷ କଟକଣା ଲାଗୁ କରାଯାଇଛି । ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା ରହିବ  ।ପରିବା, ଗ୍ରୋସରୀ ଓ କ୍ଷୀର ଦୋକନ ସକାଳ 6ରୁ ଦ୍ୱିପ୍ରହର 1ଟା ଯାଏଁ ଖୋଲାରହିବ । ରାଜପଥରେ ଯାନବାହାନ ଓ ଦ୍ରବ୍ୟ ପରିବହନ ଜାରି ରହିବ ।

ଓଲା, ଉବେର ଚାଲୁ ରହିବ । ଲୋକେ କେବଳ ଏୟାରପୋର୍ଟରୁ ଘରକୁ ଓ ଘରୁ ଏୟାରପୋର୍ଟ ପାଇଁ ଏହାକୁ ବ୍ୟବହାର କରାପାରିବେ ।  ତେବେ ଏହି କଟକଣା ଆସନ୍ତାକାଲିଠୁ ଲାଗୁ ହେବ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ।

ତେବେ ଚାଲିଥିବା ସର୍ଭେ ଅନୁସାରେ ଦୁଇ ତୃତୀୟାଂଶ ଆକ୍ଟିଭ ମାମଲା ଏହି 4 ଜିଲ୍ଲାରୁ ଆସିଛି । ଅର୍ଥାତ 66 ପ୍ରତିଶତ କରୋନା ମାମଲା ଗଞ୍ଜାମ, ଖୋର୍ଦ୍ଧା, ଯାଜପୁର ଓ କଟକରୁ ଆସିଛି । ତେଣୁ ଆମେ 14 ଦିନିଆ ଲକ୍‌ଡାଉନ କରିବାକୁ ସ୍ଥିର କରିଛୁ ବୋଲି କହିଛନ୍ତି ଅସିତ ତ୍ରିପାଠୀ ।

 

Click to comment

Leave a Reply

Your email address will not be published. Required fields are marked *

Most Popular

To Top