X
Breaking News
ନ୍ୟୁଜ୍

ATMରୁ ୪୦ ହଜାର ଟଙ୍କା ଲୁଟି ଦୁର୍ବୃତ୍ତ ଫେରାର

loot

କନ୍ଧମାଳ: ଏଟିଏମ୍‌ରୁ ଟଙ୍କା ଲୁଟି ଫେରାର ହେଲା ଦୁର୍ବୁତ୍ତ । ଏଭଳି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଷ୍ଟେଟବ୍ୟାଙ୍କ ଏଟିଏମ୍‌ରେ । ଆଜି ସକାଳ ୧୦.୫୬ମିନିଟ୍‌ରେ ଅଫରିୟମ ନାଇକି ନିଜ ଏଟିଏମ୍‌ରୁ ଟଙ୍କା ଉଠାଇବାକୁ ଯାଇଥିଲେ । ଏହି ସମୟରେ ଜଣେ ଅଜଣା ବ୍ୟକ୍ତି ଏଟିଏମ୍‌ ଭିତରେ ଥିଲେ । କିନ୍ତୁ ଅଫରିୟମ ନାମକ ବ୍ୟକ୍ତି ଯେତେବେଳେ ୨୦୦୦ ଟଙ୍କା କାଢୁଥିଲେ ସେତେେବଳେ ଭାଗ୍ୟ ବଶତଃ ଏଟିଏମ୍‌ ଟିକେ ହ୍ୟାଙ୍ଗ ଥିବାରୁ ବିଳମ୍ବର ଫାଇଦା ଉଠାଇ ଥିଲେ ଦୁର୍ବୁତ୍ତ ଜଣକ ।

ସୁବିଧା ଦେଖି ଅଫରିୟମର ଏଟିଏମ୍‌ କାର୍ଡ଼କୁ ସାଙ୍ଗେ ସାଙ୍ଗେ ହାତେଇ ନେଇ ଅନ୍ୟ କାର୍ଡ଼ ଟିକୁ ଅଫରିୟମ ହସ୍ତରେ ଧରେଇ ସେ ପୁଣି ବ୍ୟାଙ୍କ ଭିତରକୁ ଯାଇ ୪୦,୦୦୦ହଜାର ଟଙ୍କା ଅନ୍ୟ ଆକାଉଣ୍ଟକୁ ଟ୍ରାନ୍ସଫର କରି ଫେରାର ହୋଇଯାଇଥିଲେ । କିନ୍ତୁ କିଛି ସମୟ ପରେ ଅଫରିୟମ ନାଇକି ମେସେଜ ଦେଖି ଛାନିଆ ହୋଇ କାର୍ଡ଼ ଦେଖିଲା ବେଳକୁ ସେହି କାର୍ଡ଼ ଅନ୍ୟ ଜଣକର ତାପରେ ନିକଟସ୍ତ ପୋଲିସ ଷ୍ଟେସନରେ ଏଫ୍‌ଆଇଆର ଦେଇଛନ୍ତି ଓ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top