X
Breaking News
ନ୍ୟୁଜ୍

ନୀଳଗିରିରେ ଝାଡ଼ଖଣ୍ଡି ହାତୀ ଆତଙ୍କ, ଘର ଭାଙ୍ଗିବା ସହ ଗୋରୁଙ୍କୁ କଚାଡ଼ି ମାରିଲେ

Elephant Attack

ବାଲେଶ୍ୱର: ପୁଣି ବାଲେଶ୍ୱର ନୀଳଗିରିରେ ହାତୀ ଉପଦ୍ରବ । ଏହି ଅଞ୍ଚଳରେ ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ଝାଡ଼ଖଣ୍ଡି ହାତୀଙ୍କ ତାଣ୍ଡବ ଦେଖିବାକୁ ମିଳିଛି । ଗତକାଲି ରାତିରେ ଗୁଡ଼ିଶୂଳ ଗ୍ରାମରେ ଝାଡ଼ଖଣ୍ଡି ହାତୀପଲ ଗ୍ରାମରେ ପଶି ଘର ଭାଙ୍ଗିବା ସହ ଗୋଟିଏ ଗୋରୁକୁ କଚାଡ଼ି ମାରି ଦେଇଛନ୍ତି । ଲୋକଙ୍କ ବାଡ଼ିରେ ପଶି ବ୍ୟାପକ ଫସଲ ନଷ୍ଟ ସହ ଘରେ ଥିବା ଦୁଇ ବସ୍ତା ଚାଉଳ ଖାଇ ଦେଇଛନ୍ତି ।

ହାତୀପଲ ସେରଗଡ଼-ନୀଳଗିରି-ଉଦଳା 19 ନଂ ରାଜ୍ୟ ରାଜପଥର ଭାଲୁକାଶୁଣି ରାସ୍ତା ଅତିକ୍ରମ କରି ଭାଲୁକାଶୁଣି ଜଙ୍ଗଲରେ ଥିବା ବେଳେ ନୀଳଗିରି ବନ ବିଭାଗ ସେମାନଙ୍କୁ ଜଗି ରହିଥିବା ଦେଖିବାକୁ ମିଳିଛି । ହାତୀପଲଙ୍କ ଗତିବିଧିକୁ ଅନୁଧ୍ୟାନ କରି ହାତୀ ଘଉଡେଇବା କାର୍ଯ୍ୟକ୍ରମ କରାଯିବ ବୋଲି ନୀଳଗିରି ରେଞ୍ଜର ସୁକୁମାର ଦାସ ସୂଚନା ଦେଇଛନ୍ତି । ଅନ୍ୟ ପଟେ ହାତୀ ପାଇଁ ରାତିସାରା ବିଦ୍ୟୁତ କାଟ୍‌ କରାଯାଇଥିବାରୁ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top