ଅପରାଧ

ଅନ୍ଧବିଶ୍ୱାସ: କୁନି ପିଲାକୁ ବାଡ଼ିରେ ନିର୍ଧୁମ ପିଟିଲା ଗୁଣିଆ, ଦେଖନ୍ତୁ ଭିଡିଓ…

GUNIA

ବାଲେଶ୍ୱର: କୁନି ପିଲା ପିଠିରେ ଗୁଣିଆର ଛାଟ । ଥରେ କି ଦୁଇଥର ନୁହେଁ ତଥାକଥିତ ମହିଳା ଗୁଣିଆ ଏବଂ ତାଙ୍କ ସାଥି, ପିଲାଟିକୁ ଅକଥନୀୟ ଭାବେ ଦୀର୍ଘ ସମୟ ଧରି ମାଡ଼ ମାରିଛନ୍ତି । ବାଲେଶ୍ବର କମରଦା ଥାନା ଅନ୍ତର୍ଗତ ରାଣୀଗୁଡା ଗାଁରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା । ପିଲାଟି ଦେହରୁ ଆତ୍ମା ଛଡାଇବା ବାହାନାରେ ଗୁଣିଆ ଜଣକ ପିଲାଟିର ପାଟିରେ ଖଣ୍ଡିଆ ଚପଲ ପୁରାଇ ରଖିବା ସହ ନିର୍ମମ ଭାବେ ଛାଟରେ ପ୍ରହାର କରିଥିଲା । ଏମିତିକି ଏହି ସମୟରେ ଗାଁ ଲୋକେ ସେଠାରେ ଠିଆ ହୋଇଥିଲେ ମଧ୍ୟ କେହି ପ୍ରତିବାଦ କରି ନଥିଲେ । କାରଣ ସମସ୍ତଙ୍କ ମନରେ ଭରି ରହିଥିବା ଅନ୍ଧବିଶ୍ୱାସ ପ୍ରତି ବିଶ୍ୱାସ ।

ଆଜିର ଏକବିଂଶ ଶତାବ୍ଦୀରେ ବି ଅନ୍ଧବିଶ୍ୱାସର ବସବର୍ତ୍ତି ହଉଛନ୍ତି ସାଧାରଣ ଜନତା । ଦୁଃଖର ବିଷୟ ଏହି ଘଟଣା ପରେ ମଧ୍ୟ ପିଲାଟିର ପରିବାର ଲୋକ ଗୁଣିଗାରେଡି ଉପରେ ବିଶ୍ୱାସ ରଖି ମତ ପ୍ରକାଶ କରିଛନ୍ତି । ତେବେ ଏହି ମାଡ ପରେ ପିଲାଟି ଦେହରୁ ଭୂତ ଛାଡିଛି କି ନାହିଁ ତାହା ଜଣା ନାହିଁ କିନ୍ତୁ ଏତେ ମାଡ ଖାଇଥିବା ବାଳକଟିର ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top