ନ୍ୟୁଜ୍

କୁକୁର କଳିକୁ ନେଇ ଗାଁରୁ ବାସନ୍ଦ ହେଲେ ପରିବାର ! ଦେଖନ୍ତୁ ଭିଡିଓ…

bargarh dog fight

ବରଗଡ଼: କୁକୁର କଳିକୁ ନେଇ ଗାଁରୁ ବାସନ୍ଦ । ଏମିତି ଏକ କୌତୁହଳ ଘଟଣା ଘଟିଛି ବରଗଡ ଜିଲ୍ଲା ପାଇକମାଳ ଥାନା ଅନ୍ତର୍ଗତ ରସମୁଣ୍ତା ଗାଁରେ । ଗାଁର ଜଣେ ଦଳିତ ଲୋକ ସାଙ୍ଗରେ ତାର ପୋଷା କୁକୁର ନେଇ ଆସୁଥିଲା । ଏହି ସମୟରେ ସେହି ଗାଁର ବିଶିକେଶନ ବରିହାଙ୍କର କୁକୁର ଭୁକିବା ସହ ଦଳିତ ଲୋକ କୁକୁରକୁ କାମୁଡିବାକୁ ଦୌଡ଼ି ଆସିଥିଲା । ଉଭୟ କୁକୁର କାମୁଡା କାମୁଡି ହେଉଥିବା ବେଳେ ଦଳିତ ଲୋକଟି ସେମାନଙ୍କୁ ଛଡାଇବାକୁ ଉଦ୍ୟମ କରିବା ସହ ବିଶିକେଶନଙ୍କ କୁକୁରକୁ ପାହାରେ ବାଡେଇ ଦେଇଥିଲା । ସେଇଠୁ ଆରମ୍ଭ ହୋଇଥିଲା ମହାଭାରତ..

ଏ ସଂପର୍କରେ ବିଶିକେଶନ ପାଇକମାଳ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରରେ ପୋଲିସ ସଂପୃକ୍ତ ହରିଜନ ଲୋକକୁ ଥାନାକୁ ଡକାଇ ଘଟଣା ସଂପର୍କରେ ପଚାରି ବୁଝିଥିଲା । ପରେ ବିଶିକେଶନଙ୍କ ସହ ଗାଁର କିଛି ଲୋକ ସେହି ଦଳିତ ଲୋକକୁ ମରଣାନ୍ତକ ଆକ୍ରମଣ କରିଥିଲେ । ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । କେବଳ ସେତିକି ନୁହେଁ, ମରଣାନ୍ତକ ଆକ୍ରମଣ କରିବା ପରେ ତାକୁ ଗାଁରୁ ବାସନ୍ଦ କରିଦିଆଯାଇଥିବା ଜଣାପଡ଼ିଛି । ଏହି ଦଳିତ ପରିବାରକୁ ପାଇକମାଳ ପୋଲିସ ଉଦ୍ଧାର କରି ଥାନାରେ ରଖିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top