ଅପରାଧ

ଦୁର୍ବୃତ୍ତଙ୍କ ଆତଙ୍କରାଜ୍‌, ଖଣ୍ଡାରେ ହାଣି ଫେରାର…

Attack

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ କରପଡା ଗାଁର ବିଜୟ ସେଠୀଙ୍କୁ ମରଣାନ୍ତ ଆକ୍ରମଣ । ଅପରାହ୍ନରେ ସଂଘବଦ୍ଧ ଭାବେ କିଛି ଦୁର୍ବୁତ୍ତ ତାଙ୍କୁ ଖଣ୍ଡାରେ ହାଣି ହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । ବିଜୟ ଗାଁ ନିକଟ ତାଙ୍କ ଚାଷ ଜମିରେ ଧାନ କଟା କାମସାରି ବାଇକରେ ଫେରୁଥିଲେ । ଗାଁ ସ୍କୁଲ ନିକଟ ଶ୍ମଶାନ ସମ୍ମୁଖ ରାସ୍ତାରେ ୨ଟି ବାଇକରେ ୪ ଜଣ ଯୁବକ ପହଞ୍ଚି ତାଙ୍କୁ ଅଟକାଇବା ସହ ନିର୍ମମ ଭାବେ ଖଣ୍ଡାରେ ହାଣି ଫେରାର ହୋଇଯାଇଥିଲେ । ଏଥି ପୂର୍ବରୁ ସମ୍ପୃକ୍ତ ଯୁବକ ମାନେ ଦେଓ ଖାଳି ଛକରେ ହୋଟେଲ କରିଥିବା କୃଷ୍ଣ ସାହୁଙ୍କୁ ଖଣ୍ଡାରେ ହାଣି କିଛି ସମୟ ସେଠାରେ ଆତଙ୍କ ଚଳାଇଥିଲେ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top