ନ୍ୟୁଜ୍

୧୧ କେଭି ବିଦ୍ୟୁତ୍ ତାର ଲାଗି ବସ୍‌ରେ ଲାଗିଲା ନିଆଁ; ୧୦ ମୃତ, ୪୦ରୁ ଅଧିକ ଆହତ

BUS

ବ୍ରହ୍ମପୁର: 11 କେଭି ବିଦ୍ୟୁତ୍‌ ତାର ଲାଗି ବସ୍‌ରେ ଲାଗିଲା ନିଆଁ । ଘଟଣାସ୍ଥଳରେ 10 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 5ରୁ 6 ଜଣ ଗୁରୁତର ହୋଇଛନ୍ତି । ଅନ୍ୟପଟେ 40 ଜଣ ଆହତ ହୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଗୋଟିଏ ବସ୍‌ରେ 50 ରୁ 60 ଜଣ ବରଯାତ୍ରୀ ଯାଉଥିବା ବେଳେ ଏଭଳି ଦୁର୍ଘଟଣା ଘଟିଛି । ଆହତଙ୍କୁ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ଏମ୍‌କେସିଜି ମେଡିକାଲରେ ସବୁ ପ୍ରକାର ବନ୍ଦୋବସ୍ତ ନଥିବାରୁ ଗୁରୁତରଙ୍କୁ କଟକ ସ୍ଥାନାନ୍ତାର କରିବାକୁ ଯୋଜନା ଚାଳିଛି ।

ବ୍ରହ୍ମପୁରର ନେନ୍ଦ୍ରାଜଠାରେ ଏହି ଦୁର୍ଘଟଣା ଘଟିଛି । ଗୋଟିଏ ବସ୍‌ ଗାଁ ଭିତରେ ଯାଉଥିବା ବେଳେ ହଠାତ୍‌ 11 କେଭି ତାରଟି ତଳକୁ ଓହଳି ରହିଥିବାରୁ ବସ୍‌ ଛାତରେ ଛନ୍ଦି ହୋଇଯାଇଥିଲା । ଫଳରେ ସମ୍ପୂର୍ଣ୍ଣ ବସ୍‌ରେ ହାଇ ଭୋଲ୍ଟେଜ୍‌ ବିଦ୍ୟୁତ ସଂଯୋଗ ହୋଇଥିଲା । ଯାହାଫଳରେ ଲୋକଙ୍କ ମୃତ୍ୟୁ ହୋଇଛି । ବିଦ୍ୟୁତ ଆଘାତରେ କିଛି ଲୋକ ଜଳି ଯାଇଥିବା ମଧ୍ୟ ଜଣାପଡ଼ିଛି । ତେବେ ଏହି ଦୁର୍ଘଟଣାଟି ଗୋଳନ୍ଥରା ଥାନା ମେଳୁପନ୍ତର ଅଞ୍ଚଳରେ ଘଟିଛି ।

ଦୁର୍ଘଟଣା ଘଟିବାର ଅନେକ ସମୟ ପରେ ଆମ୍ବୁଳାନ୍ସ ପହଞ୍ଚିଥିବାରୁ ଲୋକଙ୍କ ମନରେ ଅସନ୍ତୋଷ ଦେଖାଯଦେଇଛି । ମୃତକଙ୍କ ପରିବାର ପାଇଁ କ୍ଷତିପୂରଣ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା । ଏହି ଅଘଟଣକୁ ଚିଫ୍‌ ଫାୟର୍‌ ଅଫିସର ସୁକାନ୍ତ ସେଠି ମଧ୍ୟ ସ୍ୱୀକାର କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top