ନ୍ୟୁଜ୍

ନୃସିଂହଲକ୍ଷ୍ମୀ ମନ୍ଦିରରେ ବିରଳ ଗରୁଡ଼ ପକ୍ଷୀ ! ଗ୍ରାମବାସୀ କଲେ ପୂଜାର୍ଚ୍ଚନା

Garuda Pakhi

ବ୍ରହ୍ମପୁର: ବ୍ରହ୍ମପୁରରେ ବିରଳ ପକ୍ଷୀ । ଶୀତ ଦିନ ହେଲେ ଓଡ଼ିଶାକୁ ବିଦେଶୀ ପକ୍ଷୀଙ୍କ ଆଗମନ ହୋଇଥାଏ । ବିଶେଷକରି ଚିଲିକା ଓ ଏହାର ଆଖପାଖ ଅଞ୍ଚଳରେ ବିଦେଶୀ ପକ୍ଷୀଙ୍କୁ ଦେଖିବାକୁ ମିଳିଥାଏ । ସେଥିମଧ୍ୟରୁ ଅନେକ ପକ୍ଷୀଙ୍କୁ ଲୋକ ପୂର୍ବରୁ ଦେଖି ନଥାନ୍ତି । ପ୍ରତିଥର ଅନେକ ନୂଆ ନୂଆ ପକ୍ଷୀ ଚିଲିକାକୁ ଆସିଥାନ୍ତି । ଆଉ ଶୀତ ସରିବା ପୂର୍ବରୁ ସେମାନେ ଉଡ଼ିଯାଆନ୍ତି । ହେଲେ ସେଥିମଧ୍ୟରୁ କିଛି ପକ୍ଷୀ ଭୁଲ୍‌ ବସତଃ ରହିଯାଆନ୍ତି ।

ସେମିତି ଏକ ଘଟଣା ଏବେ ସାମ୍ନାକୁ ଆସିଛି ଗଞ୍ଜାମ ଜିଲ୍ଲାରୁ । ଗଂଜାମ ଜିଲ୍ଲା ବଡ଼ଗଡ଼ ବନାଞ୍ଚଳ ଭାଲିଆଗୋଛା ଲଷ୍ମୀନୃସିଂହ ମନ୍ଦିରରେ ଦେଖିବାକୁ ମିଳିଛି ଦୁଇଟି ବିରଳ ପକ୍ଷୀଙ୍କୁ । କେହି କେହି ଏହି ପକ୍ଷୀଙ୍କୁ ଗରୁଡ଼ ପକ୍ଷୀ ବୋଲି କହିୁଛନ୍ତି ।

Garuda Pakhi

ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ବୁଧବାର ବଡ଼ ଏକାଦଶୀ ଯୋଗୁଁ ମନ୍ଦିରର ଧ୍ଵଜା ଲଗାଇବା ପାଇଁ ଜଣେ ବ୍ୟକ୍ତି ମନ୍ଦିର ଉପରକୁ ଯାଇଥିଲେ । ସେତେବେଳେ ସେଠାରେ ଦୁଇଟି ପକ୍ଷୀ ଭୀଷଣ ଗର୍ଜନ କରୁଥିବା ସେ ଦେଖିବାକୁ ପାଇଥିଲେ । ପରେ ସେଠାରୁ ଆସି ଏନେଇ ସେ ଗ୍ରାମବାସୀଙ୍କୁ ଖଵର ଦେଇଥିଲେ । ଖବର ପାଇ ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ପକ୍ଷୀ ଦୁଇଟିକୁ ଉଦ୍ଧାର କରି ସୁରକ୍ଷିତ ଭାବେ ମନ୍ଦିର ଭିତରକୁ ଆଣିଥିଲେ । ଏହି ଖବର ପ୍ରଚାରିତ ହେବ ବିରଳ ପକ୍ଷୀ ଦୁଇଟିକୁ ଦେଖିବା ପାଇଁ ଗାଁ ଲୋକଙ୍କ ଭିଡ଼ ଜମିଥିଲା । ଖାଲି ସେତିକି ନୁହେଁ ଗାଁର ଆଖ ପାଖ ଅଞ୍ଚଳରୁ ମଧ୍ୟ ବହୁ ଲୋକ ଆସି ପକ୍ଷୀଙ୍କୁ ଦେଖିବା ପାଇଁ ଭିଡ଼ ଜମାଇଥିଲେ । ମନ୍ଦିର ଚାରିପଟ ସତେ ଯେମିତି ଲୋକାରଣ୍ୟ ହୋଇଯାଇଥିଲା । ଲୋକେ ଦୁଇ ପକ୍ଷୀଙ୍କୁ ଗରୁଡ଼ ପକ୍ଷୀ ବୋଲି କହିବା ସହ ସେମାନଙ୍କୁ ପୂଜାର୍ଚ୍ଚନା କରି ମନ୍ଦିରକୁ ଦକ୍ଷିଣା ଓ ଦାନ ଧର୍ମ ମଧ୍ୟ କରିଥିଲେ ।

ତେବେ ପରେ ଏନେଇ ସ୍ଥାନୀୟ ବନ ବିଭାଗକୁ ସୂଚନା ଦେଇଥିଲେ ଗ୍ରାମବାସୀ । ଖବର ପାଇଁ ବନ ବିଭାଗ ମନ୍ଦିର ନିକଟରେ ପହଞ୍ଚି ପକ୍ଷୀ ଦୁଇଟିକୁ ଉଦ୍ଧାର କରିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top