ନ୍ୟୁଜ୍

ପୁଣି ୧୧ କେଭି ବିଦ୍ୟୁତ୍‌ ତାର ଛିଡ଼ି ଜଳିଗଲା ବାଇକ୍‌

BIKE BURNT

ଭଦ୍ରକ: ପୁଣି ବିଦ୍ୟୁତ ତାର ଛିଡ଼ି ଜଳିଗଲା ବାଇକ୍‌ । ରବିବାର ଗ୍ଞ୍ଜାମ ଜିଲ୍ଲା ଗୋଳନ୍ଥରା ଅଞ୍ଚଳରେ ଏକ ବସ୍‌ରେ 11 କେଭି ବିଦ୍ୟୁତ ତାର ଲାଗି 10 ଜଣଙ୍କ ମୃତ୍ୟୁ ହୋଇଥିବା ବେଳ ଆଜି ପୁଣି ସେହିଭଳି ଏକ ଘଟଣା ସାମ୍ନାକୁ ଆସିଛି ଭଦ୍ରକ ଜିଲ୍ଲାରୁ ।

ଭଦ୍ରକ ଧାମରା ଅଞ୍ଚଳର କଇଥଖୋଲା ବଜାର ନିକଟରେ, ବିଦ୍ୟୁତ ତାର ଛିଡ଼ି ଗୋଟିଏ ବାଇକ୍‌ ଉପରେ ପଡ଼ିବାରୁ ତାହା ସମ୍ପୂର୍ଣ୍ଣ ଜଳିଯାଇଛି । ତେବେ ଏଥିରେ କାହାରି ମୃତ୍ୟୁ ହୋଇନଥିବା ଜଣାପଡ଼ିଛି । ବାଇକ୍‌ରେ ଗୋଟିଏ ପରିବାରର ଦୁଇ ଜଣ ଯାଉଥିବା ବେଳେ ସେମାନେ ବିଦ୍ୟୁତ ଝଟ୍‌କା ଖାଇ ତଳେ ପଡ଼ିଯାଇଥିଲେ । ପରେ ବାଇକ୍‌ଟି ସମ୍ପୂର୍ଣ୍ଣ ଜଳିଯାଇଛି ।

ତେବେ ବାଇକ୍‌ରେ ଦାଦା ଓ ପୁତୁରା ଯାଉଥିଲେ । ବିଦ୍ୟୁତ ଆଘାତରେ ବାଇକ୍‌ ଚାଳକ ସୁରେନ୍ଦ୍ର ଜେନ୍‌ ଓ ବାଇକରେ ବସିଥିବା ଦୁର୍ଯ୍ୟଧନ ରାଉଳ ରାସ୍ତା ତଳକୁ ଛିଟିକି ଯାଇଥିଲେ । ଗୁରୁତର ଅବସ୍ଥାରେ ସ୍ଥାନୀୟଲୋକେ ସେମାନଙ୍କୁ ଉଦ୍ଧାର କରି  ଭଦ୍ରକ ମେଡିକାଲରେ ଭର୍ତ୍ତି କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top