ନ୍ୟୁଜ୍

ରଙ୍ଗ୍‌ ରୁଟ୍‌ରେ ଡ୍ରାଇଭିଂ କରି ଫସିଲେ ନାବାଳକ, ୪୨୫୦୦ ଟଙ୍କାର କଟିଲା ଚାଲାଣ

TRAFFIC Bhadrak

ଭଦ୍ରକ: ପୁଣି ରାଟିଓ ପଞ୍ଜାରେ ଆଉ ଜଣେ ନାବାଳକ । 500 ନୁହେଁ କି 1000 ନୁହେଁ ଏକାଥରକେ 42,500 ଟଙ୍କାର କଟିଲା ଚାଲାଣ । ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଭଦ୍ରକ ଜିଲ୍ଲାରୁ । 3ଜଣ କଲେଜ ପଢ଼ୁଆ ନାବାଳକ ଗୋଟିଏ ବାଇକ୍‌ରେ ରଙ୍ଗରୁଟ୍‌ରେ ଯାଉଥିବା ବେଳେ ଆର୍‌ଟିଓ ଟ୍ରାଫିକ୍‌ ଇନ୍‌ସେପ୍ଟର ହାତରେ ଧରାପଡ଼ିଛନ୍ତି । ସେମାନଙ୍କୁ ଆରଟିଓ ଓ ପୋଲିସ ପକ୍ଷରୁ 42 ହଜାର 500 ଟଙ୍କା ଜରିମାନା କରାଯାଇଛି । ହେଲେ ପାଖରେ ନଗଦ ନଥିବାରୁ ନାବଳକଙ୍କ ଆଧାରକାର୍ଡ ଜବତ କରି ଛାଡ଼ି ଦିଆଯାଇଛି ।

ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ରାହାଣିଆ ପଞ୍ଚାୟତର ରାଣିଗଢିଆ ଗ୍ରାମର ନାରାୟଣ ବେହେରାଙ୍କ ପୁଅ ଆକାଶ ବେହେରା । ଗୋଟିଏ ବାଇକ୍‌ରେ ଦୁଇ ଜଣ ସାଙ୍ଗଙ୍କୁ ବସାଇ ରଙ୍ଗ୍‌ ରୁଟରେ ସ୍ପିଡ୍‌ରେ ଯାଉଥିଲା । ଏହି ସମୟରେ ଟ୍ରାଫିକ୍‌ ଇନ୍‌ସେପ୍ଟରଙ୍କ ହାବୁଡ଼ରେ ପଡ଼ିଥିଲା । ଟ୍ରାଫିକ୍‌ ଇନ୍‌ସ୍‌ପେକ୍ଟର ଗାଡ଼ିର କାଗଜପତ୍ର ଇନସ୍ୟୁରାନ୍ସ ଆଦି ମାଗିବାରରୁ ନାବାଳକ ଜଣଙ୍କ ଦେଖାଇ ପାରିନଥିଲା । ଫଳରେ ରଙ୍ଗ୍‌ରୁଟ୍‌ ଡ୍ରାଇଭିଂଠାରୁ ଆରମ୍ଭ କରି ବିନା ଇନ୍‌ସ୍ୟୁରାନ୍ସ, ବିନା ଲାଇସେନ୍ସ, ଟ୍ରିପଲ ରାଇଡିଂ, ବିନା ପଲ୍ୟୁସନ୍‌ ଆଦି ବିଭିନ୍ନ ପ୍ରକାର ଆଳ ଦେଖାଇ ଆର୍‌ଟିଓ ପକ୍ଷରୁ 42 ହଜାର 500 ଟଙ୍କାର ଚାଲାଣ କଟାଯାଇଛି ।

TRAFFIC Bhadrak

ଆର୍‌ଟିଓର ଟ୍ରାଫିକ୍‌ ଇନ୍‌ସେପକ୍ଟର ଧନେଶ୍ୱର ନାୟକ ୧୬ନଂ ଜାତୀୟ ରାଜପଥର ଆଖୁଆପଦାରୁ ନିଜ ଡ୍ୟୁଟି ସାରି ଫେରୁଥିଲେ । ଏହି ସମୟରେ ଭଣ୍ଡାରିପୋଖରୀର କହରାପୋଖରୀ ଛକ ନିକଟରୁ ଗୋଟିଏ ହିରୋହୋଣ୍ଡା ଗ୍ଲାମର ଗାଡ଼ିରେ ୩ଜଣ କଲେଜ ଛାତ୍ର ରଙ୍ଗ୍‌ ରୁଟ୍‌ରେ ବହୁତ ସ୍ପିଡରେ ଯାଉଥିଲେ । ଏହାକୁ ଦେଖି ଟ୍ରାଫିକ୍‌ ଇନ୍‌ସେପ୍ଟର ତାଙ୍କୁ ଅଟକାଇ ସମସ୍ତ କାଗଜପତ୍ର ଯାଞ୍ଚ କରିବା ପରେ ଚାଲାଣ କଟିଥିଲେ । ସୂଚନାଯୋଗ୍ୟ, ଏହି ପରିମାଣର ଚାଲାଣ ଭଦ୍ରକ ଜିଲ୍ଲାରେ ଏପୋର୍ଯ୍ୟନ୍ତ ସବୁଠାରୁ ବଡ଼ଧରଣର ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top