X
Breaking News
ନ୍ୟୁଜ୍

ସ୍କୁଟି ଚାଳିକାଙ୍କୁ ୧୩ ହଜାର ଫାଇନ୍‌, ନିଜ ଗାଡ଼ି ନୁହେଁ ବୋଲି ଦେଲେ ୫ ହଜାର

Bhadrak

ଭଦ୍ରକ: ନୂଆ ଟ୍ରାଫିକ୍‌ ନିୟମ ଆସିବା ପରେ ଚାରିଆଡ଼େ ଅସନ୍ତୋଷ ଉପୁଜୁଛି । ଏପରିକି ଆଜି ଏହାକୁ ବିରୋଧ କରିବା ସହ ସରକାରୀ ଗାଡ଼ିର କାଗଜପତ୍ରକୁ ନେଇ ରାଜଧାନୀ ଭୁବନେଶ୍ୱରରେ ପୋଲିସ-ଜନତା ମୁହାଁମୁହିଁ ହୋଇଥିଲେ । ଠିକ୍‌ ଏହାରି ଭିତରେ ଭଦ୍ରକରେ ମୋଟାଅଙ୍କର ଫାଇନ୍‌ ଆଦାୟକୁ ନେଇ ଅସନ୍ତୋଷ ଦେଖାଦେଇଥିଲା  । ଅଟୋ ଡ୍ରାଇଭରଙ୍କ ପାଖରୁ ପ୍ରାୟ 28 ହଜାର ଟଙ୍କା ଜୋରିମାନା ଆଦାୟ କରାଯିବା ପରେ ଜଣେ ସ୍କୁଟି ଚାଳିକା ଶିକ୍ଷୟିତ୍ରୀଙ୍କ ପାଖରୁ 13 ହଜାର ଆଦାୟ କରିଛି ଭଦ୍ରକ ଆରଟିଓ ।

ସୂଚନା ଅନୁଯାଇ ଗ୍ରାମାଞ୍ଚଳ ଥାନା ସରକାର ନଗରର ଏସ କେ ନିଜାମୁଦିନଙ୍କ ଝିଅ ନାହିଦା ଅଖତର ସ୍କୁଲରୁ ଘରକୁ ଫେରୁଥିବା ସମୟରେ ଆରଟିଓ ଓ ପୋଲିସ ତାଙ୍କୁ ଅଟକାଇ ଗାଡି କାଗଜପତ୍ର ମାଗିଥିଲେ । ହେଲେ ନାହିଦା କୌଣସି କାଗଜପତ୍ର ଦେଖାଇବା ପୂର୍ବରୁ ଵିଭାଗୀୟ ଅଧିକାରୀ ଫାଇନ କାଟିଥିଲେ ବୋଲି ସେ ଅଭିଯୋଗ କରିଛନ୍ତି ।

ତେବେ ସେ ତାଙ୍କ ବାପାଙ୍କ ନାଁରେ ଥିବା ଗାଡ଼ି ଚଳାଉଥିବାରୁ 5 ହଜାର ଟଙ୍କା ଫାଇନ୍‌ ପଡ଼ିଥିବା ବେଳେ ହେଲମେଟ ପାଇଁ 1ହଜାର, ଇନସ୍ୟୁରାନ୍ସ ପାଇଁ 2ହଜାର, ଲାଇସେନ୍ସ ପାଇଁ 5ହଜାର ଟଙ୍କା ଜୋରିମାନା ଲାଗିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top