ଅପରାଧ

ଧରାପଡ଼ିଲା ଗିଫ୍ଟ ଚୋର, ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଜବତ

lootera arrested

ଭୁବନେଶ୍ୱର: ଚନ୍ଦ୍ରଶେଖରପୁର୍ ବିବାହ ମଣ୍ଡପରୁ ସୁନା ଅଳଙ୍କାର ବ୍ୟାଗ୍‌ ଚୋରି ଘଟଣାରେ ପୋଲିସ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି । ଅଭିଯୁକ୍ତ ଜଣକ ଭଦ୍ରକ ଜିଲ୍ଲାର ସେକ ଅବଦୁଲ ଲଟିସ୍ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି । ସେ ଦୀର୍ଘ ଦିନ ହେବ ଭୁବନେଶ୍ୱରରେ ରହି ଆସୁଛି । ପୂର୍ବରୁ ମଧ୍ୟ ଅନେକ ସ୍ଥାନରେ ସେ ଏଭଳି ଚୋରି କରିଛି । ଫେବ୍ରୁଆରୀ 29ରେ ରିସେପ୍‌ସନ୍‌ ପାର୍ଟିରୁ କରିଥିବା ଚୋରି, ଅଭିଯୋଗ ପରେ କମିଶନରେଟ୍‌ ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଥିଲା । ତେବେ ଖଣ୍ତଗିରି ଥାନା ପୋଲିସ ଅଭିଯୁକ୍ତକୁ ଗିରଫ କରିଛି । ସିସିଟିଭି ଆଧାରରେ ପୋଲିସ ଘଟଣାର ତଦନ୍ତ କରି ଉକ୍ତ ଚୋରକୁ ଗିରଫ କରିବାରେ ସଫଳ ହୋଇଛି । ସେ ପୂର୍ବରୁ 4ଟି ବିବାହ ଭୋଜିରେ ପଶି ଏଭଳି ଚୋରି କରିଥିବା ନେଇ ପୋଲିସ ପକ୍ଷରୁ ସୂଚନା ମିଳିଛି । ପୋଲିସ ତାକୁ ଗିରଫ କରିବା ସହ ଲକ୍ଷାଧିକ ଟଙ୍କାର ସୂଚନା ଅଳଙ୍କାର ଓ ନଗଦ ଟଙ୍କା ଜବତ କରିଛି । ଟଙ୍କା ଭର୍ତ୍ତି ଅନେକ ବିବାହ ଖାମ୍‌ ମଧ୍ୟ ଜବତ କରିଛି ପୋଲିସ ।

lootera arrested

ସୂଚନାଯୋଗ୍ୟ, ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ଥିବା କ୍ରିଷ୍ଟାଲ କୋର୍ଟୟାର୍ଡରେ ଫେବ୍ରୁଆରୀ 29ରେ ରାଜେନ ମହାନ୍ତି ନାମକ ଜଣେ ବିଜନେସ୍‌ମ୍ୟାନଙ୍କ ପୁଅର ରିସେପ୍‌ସନ୍‌ ଚାଲିଥିଲା । ଏହି ସମୟରେ ଅତିଥି ଭାବେ ଲୁଟେରା ସେହି ପାର୍ଟିରେ ପ୍ରବେଶ କରିଥିଲା । ପରେ ଲୁଟେରା ଜଣକ କିଛି ସମୟ ସେଠାରେ ବୁଲାବୁଲି କରିବା ସହ ସମୟ ସୁବିଧା ଦେଖି ରିସେପ୍‌ସନ୍‌ ଷ୍ଟେଜ୍‌ରୁ ସୁନା ଅଳଙ୍କାର ଭର୍ତ୍ତି ବ୍ୟାଗ୍‌ଟିକୁ ନେଇ ଚମ୍ପଟ ମାରିଥିଲା । ଏ ପୁରା ଘଟଣା ସିସିଟିଭି କ୍ୟାମେରାରେ କଏଦ ହୋଇଥିଲା । ଏ ନେଇ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ ମଧ୍ୟ ହୋଇଥିଲା । ବ୍ୟାଗ୍‌ ଭିତରେ ଥିବା ସୁନା ଅଳଙ୍କାରର ଦାମ 7ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ହେବ ବୋଲି ଜଣାପଡ଼ିଥିଲା ।

lootera arrested

Click to comment

Leave a Reply

Your email address will not be published. Required fields are marked *

Most Popular

To Top