ଅପରାଧ

ଦୁଇ ଜଣଙ୍କୁ ବିବାହ କରି ଅଏସ କରୁଥିଲା ରସିକିଆ ସ୍ୱାମୀ, ଏବେ ଜେଲ୍‌ରେ

BBSR Crime

ଭୁବନେଶ୍ୱର: ଜଣେ ସ୍ୱାମୀ, ଦୁଇଟି ସ୍ତ୍ରୀ । ଜଣେ ଘରବାଲି ଆଉ ଜଣେ ବାହାରବାଲି । ଜଣଙ୍କୁ ବୈଦିକ ରୀତିନୀତିରେ ବିବାହ କରିଛନ୍ତି, ଆଉ ଜଣଙ୍କୁ ମନ୍ଦିରରେ । ଦୁଇଜଣ ଯୁବତୀଙ୍କୁ ବିବାହ କରିଥିବା ଏଭଳି ରସିକିଆ ସ୍ୱାମୀ ଏବେ ଜେଲ୍‌ରେ । ଏହା କେଉଁ ସିନେମାର କାହାଣୀ ନୁହେଁ ଏମିତି ଦୁଇ ଦୁଇଟି ବିବାହ କରି ଚର୍ଚ୍ଚାକୁ ଆସିଛନ୍ତି କେନ୍ଦୁଝରର ଶଶାଙ୍କ ମହାନ୍ତ ।

ଦୁଇ ଜଣଙ୍କୁ ବିବାହ କରି ଅୟସ କରୁଥିବା ରସିକିଆ ସ୍ୱାମୀ ଏବେ ହରଡ଼ଘଣାରେ । ବାହାରବାଲି ବୋଲାଉଥିବା ଦ୍ୱିତୀୟ ପତ୍ନୀ ଏବେ ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ଶଶାଙ୍କ ଏକ ଘରୋଇ କମ୍ପାନୀରେ କାମ କରଥିବା ବେଳେ ବର୍ଷେ ତଳେ ଏକ ପାର୍କରେ ଦ୍ୱିତୀୟ ପତ୍ନୀଙ୍କ ସହ ଶଶାଙ୍କଙ୍କ ଦେଖା ହୋଇଥିଲା । ପ୍ରଥମ ଦେଖାରେ ପ୍ରେମ ଓ ପରେ ମନ୍ଦିରରେ ବିବାହ ହୋଇଥିଲା । ମାତ୍ର ବିବାହ ସମୟରେ ଶଶାଙ୍କ ପୂର୍ବରୁ ବିବାହିତ ବୋଲି ଜାଣିନଥିଲେ ଯୁବତୀ ଜଣକ । ତେବେ ପ୍ରଥମ ବିବାହ ବିଷୟରେ ଜାଣିବା ପରେ ସେ ଶାଶୁ ଘରକୁ ଯିବା ପାଇଁ ଯିଦ୍‌ ଧରିଥିଲେ । ମାତ୍ର ଶଶାଙ୍କ ଏଥିରେ ରାଜି ନହେବାରୁ ଆରମ୍ଭ ହୋଇଥିଲା ମତାନ୍ତର । ଏମିତିକି ଶଶାଙ୍କ ଯୁବତୀ ଜଣଙ୍କୁ ଧମକ ଦେବା ସହ ମାଡ଼ ମାରିଥିବା ମହିଳା ଜଣଙ୍କ ସହିଦ ନଗର ଥାନାରେ ଅଭିଯୋଗ କରିଛନ୍ତି ।

ଏହି କଥା ଥାନାରେ ପଡିବା ପରେ ଏବେ ପ୍ରଥମ ଓ ଦ୍ୱିତୀୟ ସ୍ତ୍ରୀ ମଧ୍ୟରେ ଆରମ୍ଭ ହୋଇଯାଇଛି ସ୍ୱାମୀଙ୍କୁ ନେଇ କଳି । ପ୍ରେମିକା ଦ୍ୱିତୀୟ ପତ୍ନୀର ମାନ୍ୟତା ପାଇଁ ଦାବି କରୁଥିବା ବେଳେ ପ୍ରଥମ ପତ୍ନୀ ନିଜ ସ୍ୱାମୀଙ୍କୁ ନିର୍ଦ୍ଦୋଶ ବୋଲି କହିଛନ୍ତି । ଏମିତିକି ଯୁବତୀ ଜଣଙ୍କ ତାଙ୍କ ସ୍ୱାମୀଙ୍କୁ ଫସାଇ ଦେଇଥିବା ଅଭିଯୋଗ ଆଣିଛନ୍ତି ଶଶାଙ୍କଙ୍କ ପ୍ରଥମ ପତ୍ନୀ ।

ଗୋଟିଏ ସ୍ୱାମୀକୁ ନେଇ ଦୁଇ ପତ୍ନୀଙ୍କ ମଧ୍ୟରେ ତୁତୁ ମେଁମେଁ ଚାଲିଥିବା ବେଳେ ପୋଲିସ ଲଭ ସେକ୍ସ ଧୋକା ଆଧାରରେ ଏକ ମାମଲା ରୁଜୁ କରି ଶଶାଙ୍କକୁ ଗିରଫ କରିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top