X
Breaking News
ଧର୍ମ

ଆଜି ପବିତ୍ର ଶିବରାତ୍ରୀ, ଜାଣନ୍ତୁ ଲିଙ୍ଗରାଜ ମନ୍ଦିରର ନୀତି ନିର୍ଘଣ୍ଟ

Lingaraj Temple

ଭୁବନେଶ୍ୱର: ଆଜି ମହାଶିବରାତ୍ରୀ । ଜାଗର ଉପଲକ୍ଷେ ରାଜ୍ୟର ଶିବାଳୟଗୁଡିକରେ ଭକ୍ତଙ୍କ ଭିଡ ଜମିଛି । ସକାଳୁ ସକାଳୁ ଭକ୍ତମାନେ ମହାଦେବଙ୍କ ଦର୍ଶନ ପାଇଁ ମନ୍ଦିରଗୁଡିକରେ ଭିଡ ଜମାଇଛନ୍ତି । ଏଥିପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଭକ୍ତମାନେ କିଭଳି ଉତ୍ତମ ଭାବେ ଦର୍ଶନ କରିପାରିବେ ସେଥିପାଇଁ ବ୍ୟାରିକେଡ୍ ବ୍ୟବସ୍ଥା କରାଯାଇଛି ।

ମହାଶିବରାତ୍ରି ପାଳନ ପାଇଁ ମହାପ୍ରଭୁ ଶ୍ରୀଲିଙ୍ଗରାଜ ମନ୍ଦିରରେ ନୀତି ନିର୍ଘଣ୍ଟ ହୋଇଛି। ସାହାଣ ମେଲା ବା ସାଧାରଣ ଦର୍ଶନ ପାଇଁ ତିନୋଟି ପର୍ଯ୍ୟାୟରେ ସୁଯୋଗ ରହିଛି । ପ୍ରଥମ ପର୍ଯ୍ୟାୟରେ ଭୋର୍ ୩ଟା ୩୦ରୁ ସକାଳ ସାଢ଼େ ୧୦ଟା, ଦ୍ବିତୀୟ ପର୍ଯ୍ୟାୟରେ ଅପରାହ୍ନ ୩ଟା ୪୫ରୁ ୪ଟା ୪୫ ଓ ଶେଷ ପର୍ଯ୍ୟାୟରେ ରାତି ୧୦ଟାରୁ ୧୧ଟା ପର୍ଯ୍ୟାୟରେ ସାହାଣ ମେଲା ନୀତି ନିର୍ଘଣ୍ଟ ହୋଇଛି।  ୧୦ଟା ରାତିରେ ମହାଦୀପ ଉଠିବା କାର୍ଯ୍ୟକ୍ରମ ରହିଛି।

ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ପ୍ରସିଦ୍ଧ ମହାଶିବରାତ୍ରିରେ ଭକ୍ତମାନଙ୍କ ସୁବିଧା ପାଇଁ ବ୍ୟାରିକେଡ ବ୍ୟବସ୍ଥା କରାଯାଇଛି । ମନ୍ଦିର କାର୍ଯ୍ୟାଳୟ ସମ୍ମୁଖ, ଉତ୍ତରଦ୍ୱାର, ଏବଂ ଦକ୍ଷିଣ ଦ୍ବାରରେ ବ୍ୟାରିକେଡ୍ ବ୍ୟବସ୍ଥା କରାଯାଇଛି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top