X
Breaking News
ନ୍ୟୁଜ୍

ରାଜଧାନୀ ଉପକଣ୍ଠ ପାଲଟିଛି ମରଣ ଯନ୍ତା, ବ୍ଲାକ୍‌ ସ୍ପଟ୍‌ ଚିହ୍ନଟ ପରେ ବି କାର୍ଯ୍ୟାନୁଷ୍ଠାନ ଶୂନ

BLACK SPOT

ଭୁବନେଶ୍ୱର: ରାଜଧାନୀ ଉପକଣ୍ଠ ପାଲଟିଛି ମରଣ ଯନ୍ତା । ପ୍ରତିଦିନ କେଉଁଠି ନାଁ କେଉଁଠି ଘଟୁଛି ଦୁର୍ଘଟଣା । ଦୁର୍ଘଟଣା ଯୋଗୁଁ ଦୈନିକ ଧନ ଜୀବନ ହାନୀ ହେଉଥିଲେ ମଧ୍ୟ ସେଥିପ୍ରତି ପ୍ରଶାସନର ନିଘା ନାହିଁ । ନିକଟରେ ଭୁବନେଶ୍ୱରର ଆଚାର୍ଯ୍ୟବିହାର ଓଭରବ୍ରିଜ୍‌ ଦୁର୍ଘଟଣା ପରେ ଯୁଦ୍ଧକାଳିନ ଭିତିରେ କମିଶନରେଟ ପୋଲିସ ୫ଟି ସ୍ଥାନକୁ ବ୍ଲାକ ସ୍ପଟ ବା ଦୁର୍ଘଟଣା ପ୍ରବଣ ସ୍ଥାନ ଭାବରେ ଚିହ୍ନଟ କରିଥିଲା । ସେହି ସବୁସ୍ଥାନରେ ସ୍ପିଡ ବ୍ରେକର ଓ ବ୍ୟାରିକେଡ ବ୍ୟବସ୍ଥା ପାଇଁ କୁହାଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ତାହା କାର୍ଯ୍ୟକାରୀ ହୋଇନାହିଁ  । ସେହି ସ୍ଥାନଗୁଡ଼ିକ ହେଲା ଭୁଆଶୁଣି ମନ୍ଦିର, ଆଇଗଣିଆ, ସିଦ୍ଧାର୍ଥ ହୋଟେଲ ସାମ୍ନା, ଆଚାର୍ଯ୍ୟବିହାର ଓଭରବ୍ରିଜ  ଓ ପାହାଳ ଛକ ।

ତେବେ ଦୁର୍ଘଟଣା ପାଇଁ କେବଳ ପୋଲିସ ନୁହେଁ, ଜନ ସାଧାରଣ ମଧ୍ୟ ସଚେତନ ହେବା ଦରକାର ବୋଲି ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି ।ଅନ୍ୟପଟେ ସରକାରୀ ହିସାବ ଅନୁଯାୟୀ ୨୦୧୭ ମସିହାରେ ଖୋର୍ଦ୍ଧାରେ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ୭୩ ଥିଲା ବେଳେ ୨୦୧୮ରେ ୯୨ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି 2019 ଏପ୍ରିଲ ସୁଦ୍ଧା ୭୫ଜଣଙ୍କର ଦୁର୍ଘଟଣାଜନିତ ମୃତ୍ୟୁ ହୋଇଥିବା ବେଳେ କେବଳ ଏପ୍ରିଲ ମାସରେ ୨୧ ଜଣଙ୍କର ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ଆଚଂଳିକ ପରିବହନ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ସେପଟେ ଜାତୀୟ ରାଜପଥରେ କମିଶନରେଟ ପୋଲିସ ପକ୍ଷରୁ ସ୍ପିଡ ବ୍ରେକର ଲଗାବା ପାଇଁ ଅନୁମତି ନାହିଁ ବୋଲି ଜଣାପଡ଼ିଛି । ପରିବହନ ବିଭାଗ, ଜାତୀୟ ରାଜପଥ କର୍ତ୍ତୃପକ୍ଷ ଏବଂ କମିଶନରେଟ ପୋଲିସର ମିଳିତ ବୈଠକ ପରେ ଏନେଇ ଯାହା ନିଷ୍ପତ୍ତି ନିଆଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି । ବର୍ତମାନ ବ୍ୟାରିକେଡ ଲଗାଇ ଗାଡିଗୁଡିକର ଗତି ନିୟନ୍ତ୍ରଣ କରାଯାଉଥିବା କମିଶନରେଟ୍‌ ପୋଲିସ ପକ୍ଷରୁ କୁହାଯାଇଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top