ଅପରାଧ

ହାତ ଅପରେସନ୍‌ ବାହାନାରେ କିଡ୍‌ନୀ କାଢ଼ିନେଲା କଳିଙ୍ଗ ହସ୍ପିଟାଲ !

KALINGA_HOSPITAL

ପୁରୀ: କଳିଙ୍ଗ ହସ୍ପିଟାଲ୍‌ ବିରୋଧରେ କିଡନୀ ଚୋରି ଅଭିଯୋଗ । 15 ବର୍ଷ ତଳୁ ଚୋରି ହୋଇଛି କିଡନୀ । ପରୀକ୍ଷା ନିରୀକ୍ଷା ପରେ କିଡନୀ କାଢି ନିଆଯାଇଥିବା ସ୍ପଷ୍ଟ ହୋଇଛି । କଳିଙ୍ଗ ହସ୍ପିଟାଲ ବିରୋଧରେ ଏମିତି ଏକ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ପୁରୀ ଜିଲ୍ଲା ସାତଶଙ୍ଖ ଅନ୍ତର୍ଗତ ନାଲିହଣା ଗାଁର ପ୍ରଦୀପ କହଁର । ପୁରୀ ଜିଲ୍ଲା ସାତଶଙ୍ଖ ଥାନା ଅନ୍ତର୍ଗତ ନାଲିହଣା ଗାଁର ପ୍ରଦୀପ କହଁର ।

ଏକ ପ୍ଲାଷ୍ଟିକ କାରଖାନାରେ କାମ କରୁଥିବା ବେଳେ 2002 ମସିହାରେ ତାଙ୍କ ହାତ କଟିଯାଇଥିଲା । ଚିକିତ୍ସା ପାଇଁ ପ୍ରଥମେ ସାକ୍ଷୀଗୋପାଳ ଓ ପରେ କଟକ ସ୍ଥାନନ୍ତର ହୋଇଥିଲେ । ସେଠାରେ ସର୍ଜରୀ ପାଇଁ ଆବଶ୍ୟକ ସୁବିଧା ନଥିବାରୁ କଳିଙ୍ଗ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା ପ୍ରଦୀପଙ୍କୁ । ସେଠାରେ 5 ଦିନ ଚିକିତ୍ସା ହେବା ପରେ ଅପରେସନ କରାଯାଇଥିଲା । ସକାଳ 8ଟାରୁ ରାତି 10ଟା ପର୍ଯ୍ୟନ୍ତ ତାଙ୍କୁ ଓଟିରେ ରଖାଯାଇଥିଲା । ମାତ୍ର ଅପରେସନ ଥିଏଟରରୁ ବାହାରିଲା ବେଳକୁ ତାଙ୍କ ହାତ ସହ ପିଠିଠାରୁ ପେଟ ପର୍ଯ୍ୟନ୍ତ ଅପରେସନ ହୋଇଥିବା ଜାଣିବାକୁ ପାଇଥିଲେ । ତାଙ୍କର ସଂପୂର୍ଣ୍ଣ ଚେତା ଫେରିବା ପରେ ଏପରି ଅପରେସନ କାହିଁକି କରାଗଲା ବୋଲି ପଚାରିଥିଲେ ପ୍ରଦୀପ ।

2002 ଜୁନ 9 ତାରିଖରେ ପ୍ରସ୍ତୁତ ମେଡିକାଲ ରିପୋର୍ଟରୁ ଜଣାପଡ଼ୁଛି ସେତେବେଳେ ତାଙ୍କର ଅପରେସନ ହୋଇଥିଲା । ଏକ ମାସରୁ ଉର୍ଦ୍ଧ୍ୱ ଅର୍ଥାତ ଜୁଲାଇ 11 ତାରିଖରେ ସେ ଡାକ୍ତରଖାନାରୁ ଡିସଚାର୍ଯ୍ୟ ହୋଇଥିବା ରିପୋର୍ଟ କହୁଛି । ଏଥିପାଇଁ ତାଙ୍କୁ ମୋଟ୍‌ 2ଲକ୍ଷ 50ହଜାର ଟଙ୍କା ଖର୍ଚ୍ଚ ଦେବାକୁ ପଡିଥିଲା ।

2017 ମସିହାରେ ତାଙ୍କ ଦେହ ଅସୁସ୍ଥ ହେବାରୁ ସେ ଡାକ୍ତରଙ୍କୁ ଦେଖାଇଥିଲେ । ପୁରୀ ଓ ପରେ କଟକରେ ସେ ଡାକ୍ତରଙ୍କୁ ଦେଖାଇଥିଲେ । ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ବିଭିନ୍ନ ପରୀକ୍ଷା ନିରୀକ୍ଷା କରିବା ପରେ ତାଙ୍କ ବାମପଟ କିଡନୀ କାଢି ନିଆଯାଇଛି ବୋଲି ଡାକ୍ତରମାନେ ତାଙ୍କୁ କହିଛନ୍ତି । ଏହି କଥା ଶୁଣିବା ପରେ କିଡନୀ ଚୋରି ଘଟଣା ପଦାକୁ ଆସିଛି । ତାଙ୍କର ପିଠିରୁ ଆରମ୍ଭ କରି ପେଟ ପର୍ଯ୍ୟନ୍ତ ଅପରେସନ କରାଯାଇଛି  । ହାତପାଇଁ ଶରୀରର ଏତେ ଅଂଶ କାଟିବାର କୌଣସି ଆବଶ୍ୟକତା ନାହିଁ ବୋଲି ଡାକ୍ତରମାନେ ମତ ଦେଇଛନ୍ତି ।

ସେତେବେଳେ ଯଦିଓ ପରିବାର ଏବଂ ପାଖ ପଡୋଶୀଙ୍କ ମନରେ ସେହି ଏକା ପ୍ରଶ୍ନ ସୃଷ୍ଟି ହୋଇଥିଲେ ମଧ୍ୟ ଏହାକୁ କେହି ଗୁରୁତର ସହ ନେଇନଥିଲେ । ଏବେ ପ୍ରଶ୍ନ ଉଠିଛି, ଏଥିପାଇଁ ଦାୟୀ କିଏ ? ଏ କଥା ଯଦି ସତ୍ୟ ପ୍ରମାଣିତ ହୁଏ, ତା ହେଲେ ସାଙ୍ଘାତିକ । ଅନେକ ସମୟରେ ବଡ ବଡ ଡାକ୍ତରଖାନା ବିରୋଧରେ କିଡନୀ ଚୋରି ଅଭିଯୋଗ ହେଉଛି । ଅନେକ କ୍ଷେତ୍ରରେ ମଧ୍ୟ ଏହା ସତ୍ୟ ପ୍ରମାଣିତ ହୋଇଛି । ତେବେ ପ୍ରଦୀପଙ୍କ ଅଭିଯୋଗ ସଂପର୍କରେ କାହିଁକି ତଦନ୍ତ ହେଉ ନାହିଁ ? ଗରିବ ପ୍ରଦୀପ ଏବେ ଘରେ ପରିବାର ପାଇଁ ବୋଝ ପାଲଟି ଯାଇଛନ୍ତି । କିଏ ତାଙ୍କୁ ଦେବ ନ୍ୟାୟ ? ସ୍ୱଚ୍ଛ ଶାସନର ନାରା ଦେଉଥିବା ରାଜ୍ୟ ସରକାର ତଥା ସ୍ୱାସ୍ଥ୍ୟ ବିଭାଗ ପ୍ରଦୀପଙ୍କ ଏହି ଘଟଣାର ତଦନ୍ତ କାହିଁକି ତଦନ୍ତ କରୁ ନାହାଁନ୍ତି ? ତାକୁ ନେଇ ଏବେ ଉଠିଛି ପ୍ରଶ୍ନ । ଦେଖନ୍ତୁ ସମ୍ପୂର୍ଣ୍ଣ ଭିଡିଓ…

Click to comment

Leave a Reply

Your email address will not be published. Required fields are marked *

Most Popular

To Top