ନ୍ୟୁଜ୍

ବେଆଇନ୍‌ ଗାଡ଼ି ଚଳାଚଳ ଉପରେ ନଜର ରଖିବ ସିସିଟିଭି, ଧରାପଡ଼ିଲେ ରଦ୍ଦ ହେବ ଲାଇସେନ୍ସ…

NH CCTV

ଭୁବନେଶ୍ୱର: ଏଣିକି ଏନ୍‌ଏଚ୍‌ରେ ଲାଗିବ ସିସିଟିଭି । ଦୁର୍ଘଟଣା ଉପରେ ନଜର ରଖିବ ସିସିଟିଭି । ପ୍ରଥମ ପର୍ଯ୍ୟାୟରେ ଗଞ୍ଜାମ ଜିଲ୍ଲାର ଗିରିସୁଲା ଠାରୁ ପୁଇଁତୁଳା ଯାଏ 52 କିଲୋମିଟର ରାସ୍ତାରେ ଲାଗିବ ସିସିଟିଭି । ଏହା ପରେ ଆରମ୍ଭ ହେବ ଆଗାମୀ ପର୍ଯ୍ୟାୟ ।

ତେବେ ଏହି ସିସିଟିଭି ଦ୍ୱାରା ବେଆଇନ୍‌ ଭାବେ ଚାଲୁଥିବା ଗାଡ଼ି ଉପରେ ନଜର ରଖାଯାଇପାରିବ । ବେଆଇନ୍‌ ଭାବେ ଓଭର ଲୋଡ଼ିଂରେ ଚଳାଚଳ କରୁଥିବା ଯାନବାହନକୁ ରୋକାଯାଇପାରିବ । କାରଣ ଓଭର ଲୋଡ଼ିଂ ମଧ୍ୟ ଦୁର୍ଘଟଣା ଘଟିବାର ଏକ କାରଣ ବୋଲି କୁହାଯାଇପାରେ । ଖାଲି ସେତିକି ନୁହେଁ ଯେଉଁମାନେ ନିୟମ ଭାଙ୍ଗି ଗାଡ଼ି ଚଳାଉଥିବେ ଯଥା, ଅଧିକ ସ୍ପିଡ୍‌ ଚଳାଉଥିବେ ବା ବେଆଇନ୍‌ ଭାବେ ଓଭର ଟେକ୍‌ କରୁଥିବେ ସେମାନଙ୍କ ପ୍ରତି ମଧ୍ୟ ଧ୍ୟାନ ରଖାଯାଇପାରିବ ।

ଆଉ ସବୁଠାରୁ ବଡ଼ କଥା ହେଳା ମୋବାଇଲ ଫୋନ୍‌ ବ୍ୟବହାର କରି ଏବଂ ନିୟମ ଭାଙ୍ଗି ଗାଡ଼ି ଚଳାଉଥିଲେ, ପରେ ସିସିଟିଭି ଦ୍ୱାରା ଧରାପଡ଼ିଲେ ସେମାନଙ୍କ ଲାଇସେନ୍ସ ରଦ୍ଦ କରାଯାଇପାରିବ ବୋଲି କହିଛନ୍ତି ପରିବହନ ମନ୍ତ୍ରୀ ।

ଏହି ନିୟମକୁ କଡ଼ାକଡ଼ି ପାଳନ କରିବା ପାଇଁ ପରିବହନ କମିସନର ଗତ 30 ତାରିଖରେ ସମସ୍ତ ଆରଟିଓଙ୍କୁ ଚିଠି ଲେଖିଛନ୍ତି । ମୋବାଇଲରେ ଗପିବା ସହ ନାଲିବତୀ ଡେଇଁବା, ନିର୍ଦ୍ଧାରିତ ବେଗରୁ ଅଧିକ ଜୋରରେ ଗାଡ଼ି ଚଲାଇବା, ଓଭରଲୋଡିଂ, ମାଲବାହୀ ଯାନରେ ଯାତ୍ରୀ ପରିବହନ କରି ଧରାପଡ଼ିଲେ ଲାଇସେନ୍ସ ବାତିଲ ହେବ ବୋଲି ଚିଠିରେ ଉଲ୍ଲେଖ କରାଯାଇଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top