ନ୍ୟୁଜ୍

ସେସୁର ଅବସ୍ଥା ଭଲ ନାହିଁ, ଦେବାଳିଆ ହେଲାଣି ! ବକେୟା ଦେୟ ପୈଠ ନକଲେ କଟିବ କନେକ୍ସନ…

BIDYUT arun bothra

ଭୁବନେଶ୍ୱର: ସେସୁର ଅବସ୍ଥା ଭଲ ନାହିଁ । ଦେବାଳିଆ ହେଲାଣି ସେସୁ । ଏନେଇ ଆଜି ସ୍ୱୀକାର କରିଛନ୍ତି ଖୋଦ୍‌ ବିଭାଗୀୟ ସିଇଓ ଅରୁଣ ବୋଥ୍ରା । ସେ କହିଛନ୍ତି ବିଦ୍ୟୁତ୍‌ ବିଲ୍‌ ପୈଠ ନକରାଗଲେ କଟିବ କନେକ୍ସନ । ଏଭଳି ଚରମବାଣୀ ଶୁଣାଇଛନ୍ତି ବିଭାଗୀୟ ସିଇଓ । ସେ କହିଛନ୍ତି ରାଜ୍ୟରେ ଯେଉଁ ବିଦ୍ୟୁତ ଉପଭୋକ୍ତା ଦୀର୍ଘ ଦିନ ହେବ ବିଲ୍‌ ପୈଠ କରି ନାହାନ୍ତି ସେମାନଙ୍କର କନେକ୍ସନ୍‌ କଟାଯିବ । ଖାଲି ସେତିକି ନୁହେଁ ଜାନୁଆରୀ 15 ତାରିଖ ସୁଦ୍ଧା ସମସ୍ତେ ବକେୟା ବିଲ୍‌ ପୈଠ କରନ୍ତୁ ବୋଲି କହିଛନ୍ତି ବିଭାଗୀୟ ସିଇଓ ଅରୁଣ ବୋଥ୍ରା । ଜାନୁଆରୀ 15 ସୁଦ୍ଧା ବିଲ୍‌ ପୈଠ କରାନଗଲେ 16 ଜାନୁଆରୀରେ ବିଦ୍ୟୁତ୍‌ କନେକ୍ସନ୍‌ କଟାଯିବ । ରାଜ୍ୟରେ ଏବେ 1971 କୋଟି ଟଙ୍କା ବିଦ୍ୟୁତ ବିଲ୍‌, ଉପଭୋକ୍ତାଙ୍କ ଉପରେ ବକେୟା ପଡ଼ିଥିବା ବେଳେ 1700 କୋଟି ଟଙ୍କାର ବକେୟା ବିଦ୍ୟୁତ୍‌ ବିଲ୍‌ ଉପରେ କୌଣସି ବିବାଦ ନାହିଁ । ତେବେ 290 କୋଟି ଟଙ୍କା ଉପରେ ବିବାଦ ରହିଛି ।

ତେବେ ଅରୁଣ ଆହୁରି ମଧ୍ୟ କହିଛନ୍ତି ଯେ, ଭଲ ବିଦ୍ୟୁତ ସେବା ଯୋଗାଇବା ପାଇଁ ଚେଷ୍ଟା କରାଯାଉଛି । ହେଲେ ବକେୟା ଦେୟ ଆଦାୟ ହୋଇପାରୁ ନଥିବାରୁ ବିଦ୍ୟୁତ ସେବା ଯୋଗାଇବାରେ ବିଭାଗ ଫେଲ୍‌ ମାରୁଛି । ରାଜ୍ୟରେ ଏବେ ସେସୁର ଆର୍ଥିକ ଅବସ୍ଥା ଭଲ ନାହିଁ । କାରଣ ବର୍ଷ ବର୍ଷ ଧରି ଲୋକ ବିଜୁଳି ଦେୟ ଦେଉ ନାହାଁନ୍ତି । ସାରା ରାଜ୍ୟରେ ଏବେ 1971 କୋଟି ଟଙ୍କାର ବିଦ୍ୟୁତ ଦେୟ ବକେୟା ରହିଥିବା ବେଳେ 58 ହଜାର ବଦ୍ୟୁତ ଉପଭୋକ୍ତାଙ୍କ ଉପରେ 50 ହଜାର ଟଙ୍କାରୁ ଅଧିକ ଦେୟ ବାକି ରହିଛି । ଖାଲି ସେତିକି ନୁହେଁ ଗତ 2 ବର୍ଷ ହେଲା 104000 ଉପଭୋକ୍ତା ବିଜୁଳି ବିଲ୍‌ ଦେଇନାହାନ୍ତି । ଏ ବାବଦରେ 394 କୋଟି ଟଙ୍କା ବାକି ରହିଛି । ଡୋମେଷ୍ଟିକ ଉପଭୋକ୍ତା ଭାବେ 92 ପ୍ରତିଶତ ଲୋକ 1023 କୋଟି ଟଙ୍କା ବିଦ୍ୟୁତ୍‌ ବିଲ୍‌ ବାକି ରଖିଛନ୍ତି । ସେହିଭଳି 7.1 ପ୍ରତିଶତ କମର୍ସିଆଲ ଉପଭୋକ୍ତାଙ୍କ ଉପରେ 108 କୋଟି ଟଙ୍କା ବାକି ରହିଛି ।

ତେବେ ସିଇଓ କହିଛନ୍ତି, ଯେଉଁମାନେ ବିଦ୍ୟୁତ୍‌ ବିଲ୍‌ ପୈଠ କରିବାକୁ ଚାହୁଛନ୍ତି, ସେମାନେ 6ଟି ଇନ୍‌ଷ୍ଟଲମେଣ୍ଟରେ ମଧ୍ୟ ଦେଇପାରିବେ । ତେଣୁ ସେମାନଙ୍କୁ ଏଥିପାଇଁ ଆବେଦନ କରିବାକୁ ପଡ଼ିବ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top