X
Breaking News
ଟେକ୍ନୋଲୋଜି

‘ଫୋନି’ ପରେ ଟେଲିକମ୍ କମ୍ପାନୀର ବଡ ପଦକ୍ଷେପ, ଏପରି ସେଟିଂ କରି ପାଆନ୍ତୁ ନେଟୱର୍କ

Mobile Voting

ଭୁବନେଶ୍ୱର: ବାତ୍ୟା ଫୋନି ପରେ ମୋବାଇଲ ସେବା ଠପ୍ ହୋଇଯାଇଛି । ନେଟୱର୍କ ପାଇଁ ଲୋକେ ହନ୍ତସନ୍ତ ହେଉଛନ୍ତି । ତେବେ ରାଜଧାନୀବାସୀଙ୍କ ପାଇଁ ଖୁସି ଖବର । ମୋବାଇଲ ସେବା ଯୋଗାଇବା ପାଇଁ ଟେଲିକମ୍ କମ୍ପାନୀମାନେ ବଡ ପଦକ୍ଷେପ ନେଇଛନ୍ତି ।

ପ୍ରଥମେ ଆପଣ ମୋବାଇଲର ସେଟିଂକୁ ଯାଇ ନେଟୱର୍କରେ କ୍ଲିକ୍ କରନ୍ତୁ । ଏହାପରେ ନେଟୱର୍କରେ ସର୍ଚ୍ଚ ମାରନ୍ତୁ । ଏହି ସମୟରେ ଯେକୌଣସି ନେଟୱର୍କ ଆସିବା ତାହାକୁ ସିଲେକ୍ଟ କରନ୍ତୁ । ଆପଣଙ୍କ ମୋବାଇଲରେ ନେଟୱର୍କ ଉପଲବ୍ଧ ହେବ । ଫୋନି ପରେ ସମସ୍ତ ଟେଲିକମ୍ କମ୍ପାନୀ ଏକାଠି ହୋଇଯାଇଛନ୍ତି । ତେଣୁ ଆପଣ ଯେକୌଣସି ନେଟୱର୍କକୁ ସିଲେକ୍ଟ କଲେ ଇଣ୍ଟରନେଟ ଓ ମୋବାଇଲ ସେବା ପାଇପାରିବେ । ଏନେଇ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top