X
Breaking News
ନ୍ୟୁଜ୍

ନବୀନଙ୍କୁ ରାଜନୀତିର ଗୁରୁମନ୍ତ୍ର ଦେଇଥିଲେ ବିଜୟ: ଦାମ

Dama Theory.GFX_00000

ଭୁବନେଶ୍ୱର: ପାଟକୁରା ନିର୍ବାଚନ ତିନି ପ୍ରମୁଖ ଦଳର ଲଢେଇ ନୁହେଁ ବରଂ ପାଟକୁରାବାସୀଙ୍କ ସ୍ୱାଭିମାନର ପ୍ରଶ୍ନ । ପାଟକୁରାବାସୀ ଅତ୍ୟନ୍ତ ଚେତନଶୀଳ ।  1980ରେ ବିଜୁବାବୁ ଇସ୍ତଫା ଦେବା ପରେ ପ୍ରଥମ ଥର ବିଜୟ ମହାପାତ୍ରଙ୍କୁ ପ୍ରାର୍ଥୀ କରାଯାଇଥିଲା । ସେତେବେଳେ ବିଜୁ ବାବୁ କହିଥିଲେ ସେ ବଡ଼ ଏବଂ ବିଜୟ ହେଉଛନ୍ତି ସାନ ବିଜୁ । ସରୁ ନଈର ସୁଅ ଟାଣ । ସେତେବେଳେ ବିଜୁବାବୁଙ୍କ କଥାରେ ବିଶ୍ୱାସ କରି ଲୋକେ ବିଜୟଙ୍କୁ ଜିତାଇଥିଲେ ବୋଲି କହିଛନ୍ତି ବରିଷ୍ଠ ବିଜେପି ନେତା ଦାମୋଦର ରାଉତ ।

1980ରୁ ପାଟକୁରାରେ ବିକାଶ କାର୍ଯ୍ୟ ଆରମ୍ଭ ହେଲା । ବିଜୟ ଆସିବା ପରେ ପାଟକୁରା ନଈବନ୍ଧଠୁ ଆରମ୍ଭ କରି ପୋଲ ପର୍ଯ୍ୟନ୍ତ ସବୁ ପ୍ରକାର ବିକାଶମୂଳକ କାର୍ଯ୍ୟର ଶୁଭାରମ୍ଭ କଲେ । ବିଜୟ ମହାପାତ୍ର ନବୀନ ପଟ୍ଟନାୟକଙ୍କୁ ରାଜନୀତିର ଗୁରୁମନ୍ତ୍ର ଶିଖାଇଥିଲେ ବୋଲି କହିଛନ୍ତି ଦାମ ରାଉତ ।

ଏହାସହ ଦାମ ରାଉତ ଆହୁରି ମଧ୍ୟ କହିଛନ୍ତି, ବିଜୟ ମହାପାତ୍ରଙ୍କଠୁ ରାଜନୀତି ଶିଖିବା ପରେ ପ୍ରଶାସକ ପ୍ୟାରୀମୋହନଙ୍କ ପାଖରେ ନିଜକୁ ବନ୍ଧକ ପକାଇଦେଇଥିଲେ ନବୀନ । ରାଜନୀତିରେ ପ୍ରଶାସକଙ୍କ ପ୍ରଭାବକୁ ପସନ୍ଦ କରନ୍ତିନି ବିଜୟ । ତେଣୁ ପରବର୍ତ୍ତୀ ସମୟରେ ପ୍ୟାରୀଙ୍କ କଥାରେ ବିଜୟଙ୍କ ବିରୋଧି ହୋଇଗଲେ ନବୀନ ।  ତେବେ କେବଳ ପାଟକୁରା ନୁହେଁ ସାରା ଓଡ଼ିଶାରେ ଜଣେ ବଡ଼ ରାଜନେତା ଭାବେ ସୁନାମ ପାଇଥିଲେ ବିଜୟ । ସେଭଳି ଜଣେ ବ୍ୟକ୍ତିଙ୍କୁ ଅସୁବିଧାରେ ପକାଇବାକୁ ଚେଷ୍ଟା କରାଯାଉଛି । ଫୋନି ବାତ୍ୟା ଯୋଗୁଁ ପାଟକୁରା ନିର୍ବାଚନା ଘୁଞ୍ଚାଇବାର କିଛି କାରଣ ନଥିଲା । ଏବେ ନବୀନ ବହୁବାର କେନ୍ଦ୍ରାପଡ଼ା ଗସ୍ତରେ ଯାଉଛନ୍ତି । କିନ୍ତୁ ବିଜୁବାବୁଙ୍କ ପ୍ରିୟ ଜିଲ୍ଲାକୁ 22 ବର୍ଷ ଭିତରେ କେବେ ନବୀନ  ଯାଇ ବଳଦେବ ଜୀଉଙ୍କ ଦର୍ଶନ କରି ନଥିଲେ ବୋଲି କହିଛନ୍ତି ଦାମ ।

ପାଟକୁରାବାସୀ ଅତ୍ୟନ୍ତ ସ୍ୱାଭିମାନୀ  । ବୈଜୟନ୍ତଙ୍କ ସହ ବିଜୟଙ୍କୁ ତୁଳନା କରାଯାଇ ପାରିବନି । ନିଜ ଜନ୍ମମାଟିର ବିଜୟ ବହୁ ବିକାଶ କରିଛନ୍ତି ।  ପାଟକୁରାରୁ ପ୍ରଥମେ ବିଧାନସଭା ଆସିବା ପରେ ସେ ନିଜ ଅଞ୍ଚଳର ଭିତ୍ତିଭୂମି ବିକାଶ କରିବାରେ ପ୍ରମୁଖ ଭୂମିକା ନେଇଥିଲେ ବୋଲି ମଧ୍ୟ କହିଛନ୍ତି ବରିଷ୍ଠ ନେତା ଦାମ ରାଉତ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top