X
Breaking News
ନ୍ୟୁଜ୍

କଣ ପାଇଁ ଏମିତି ନିର୍ଦ୍ଦେଶ ଦେଲେ ବିଜେଡି ସୁପ୍ରିମୋ ?

naveen

ଭୁବନେଶ୍ୱର: ନିର୍ବାଚନ ଜିତିବା ପୂର୍ବରୁ ଯେମିତି ଥିଲ ଏବେ ମଧ୍ୟ ସେମିତି ରୁହ । ଏକଥା ଆମେ କହୁନୁ ଖୋଦ ବିଜେଡି ସୁପ୍ରିମୋ ନବନିର୍ବାଚିତ ବିଧାୟକଙ୍କୁ ଏଭଳି କିଛି ଗୁରୁମନ୍ତ୍ର ଦେଇଛନ୍ତି । ଆଜି ନବୀନ ନିବାସରେ ବ୍ରେକ୍‌ଫାଷ୍ଟ ପାଇଁ ଡାକି ନୂଆ-ପୂରୁଣା ସମସ୍ତଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ନିର୍ବାଚନ ପୂର୍ବରୁ ଲୋକମାନଙ୍କ ପାଖକୁ ଯାଇ ଯେମିତି ସୁବିଧା ଅସୁବିଧା ବୁଝୁଥିଲ ଏବେ ବି ସେମିତି ଯାଅ । ଲୋକମାନଙ୍କ ସହ ମିଶି କାର୍ଯ୍ୟ କର । ସୁନାଚେନ୍‌ ଓ ଦାମୀ ଗାଡ଼ି ଛାଡ଼ି କାର୍ଯ୍ୟ କର ।

ସାଧାରଣ ଜୀବନଯାପନ କର । ନବନିର୍ବାଚିତ ବିଧାୟକମାନଙ୍କୁ ଏଭଳି କିଛି ବିଜେଡି ସୁପ୍ରିମୋ ଗୁରୁମନ୍ତ୍ର ଦେଇଥିବା କହିଛନ୍ତି ଖୋଦ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ।

2000 ମସିହାରୁ ଲୋକଙ୍କ ସହ ରହି କେମିତି କାର୍ଯ୍ୟ କଲେ ମୁଖ୍ୟମନ୍ତ୍ରୀ ସେନେଇ ମଧ୍ୟ ଗୁରୁମନ୍ତ୍ର ଦେଇଛନ୍ତି । ଏନେଇ ମଧ୍ୟ କହିଛନ୍ତି ଭୁବନେଶ୍ୱର (ମଧ୍ୟ) ବିଧାୟକ ଅନନ୍ତ ନାରାୟଣ ଜେନା । ମାନ୍ୟବର ମୁଖ୍ୟମନ୍ତ୍ରୀ ଦିଗଦର୍ଶନ ଦେଇଛନ୍ତି । ଜିତିବା ପୂର୍ବରୁ ଏବଂ ପରେ ଲୋକମାନଙ୍କ ପାଖରେ ନେତା ଉତ୍ତରଦାୟୀ । ଏହାସହ ଲୋକଙ୍କ ସମସ୍ୟା ପ୍ରତି କେମିତି ଯତ୍ନବାନ ହେବା ସେନେଇ ମଧ୍ୟ ସୁପ୍ରିମୋ ଗୁରୁଜ୍ଞାନ ଦେଇଥିବା କହିଛନ୍ତି ଅନନ୍ତ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top