ରାଜ୍ୟ

ବିଜେପୁରରେ ପ୍ରାକ ନିର୍ବାଚନୀ ହିଂସା, CEOଙ୍କୁ ଭେଟିଲା ବିଜେପିର ପ୍ରତିନିଧି ଦଳ

CEO

ଭୁବନେଶ୍ୱର: ରାଜ୍ୟ ବଜେପି ଉପସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ(CEO)ଙ୍କୁ ଭେଟିଲା ବଜେପି ପ୍ରତିନିଧି ଦଳ । ଯୁବ ନେତା ମନୋରଞ୍ଜନ ମେହେରଙ୍କୁ ଗତ ଉପନିର୍ବାଚନରେ ଗୁଳି ମାଡ଼ ହୋଇଥିଲା ପୁଣି ଏଥର ଉପନିର୍ବାଚନ ପୂର୍ବରୁ ଗତକାଲି ଛୁରାମାଡ଼ ହୋଇଛି । ଭୟଭୀତ କରି ନିର୍ବାଚନ ବୈତରଣୀ ପାର ହେବାକୁ ଚାହୁଁଛି ବିଜେଡି । ରକ୍ତମୁଖା ବିଜେଡି ବୋଲି ଅଭିଯୋଗ କରିବା ସହ ଦୋଷୀକୁ ଗିରଫ କରି ଦଣ୍ତ ଦିଆଯିବା ସହ ଅବାଧ ନିରପେକ୍ଷ ନିର୍ବାଚନ ହେଉ ବୋଲି ଦାବି କରିଛି ବିଜେପି ।

ସୂଚନାଯୋଗ୍ୟ, ଆଜି ବିଜେପୁରରେ ପ୍ରାକ୍‌ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି । ବିଜେପୁର ଉପନିର୍ବାଚନ ପୂର୍ବରୁ ରାଜନୈତିକ ହିଂସାକୁ ନେଇ ରାଜନୀତି ସରଗରମ । ବିଜେପି କର୍ମୀ ମନୋରଞ୍ଜନ ମେହେରଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ଗୁରୁତର ଅବସ୍ଥାରେ ତାଙ୍କୁ ବରଗଡ଼ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି ମଧ୍ୟ କରାଯାଇଛି । ଘଟଣା ପଛରେ ଶାସକ ବିଜେଡି ଦଳର ନେତାଙ୍କ ହାତ ଥିବା ଅଭିଯୋଗ କରିଥିଲା ବିଜେପି । ପରେ ଏନେଇ ବିଜେପି ପକ୍ଷରୁ ସିଇଓଙ୍କୁ ଭେଟି ଦାବି ପତ୍ର ଦିଆଯାଇଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top