ନ୍ୟୁଜ୍

ସ୍ମିତାରାଣୀ ମୃତ୍ୟୁ ମାମଲା: ମୁହଁରେ କଳାପଟି ଲଗାଇ ଗୃହରେ ପ୍ରତିବାଦ କରିବ ବିଜେପି

ଭୁବନେଶ୍ୱର: ଭିଏଲଡବ୍ଲ୍ୟୁ ସ୍ମିତାରାଣୀ ମୃତ୍ୟୁ ମାମଲାରେ ରାଜ୍ୟ ଉଠୁଛି ପଡ଼ୁଛି । ସେପଟେ ଏହା ଏକ ଆତ୍ମହତ୍ୟା ଜନିତ ମୃତ୍ୟୁ ବୋଲି ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଗୃହରେ କହିଛନ୍ତି । ଏହାକୁ କେନ୍ଦ୍ର କରି ବିରୋଧୀ ବିଜେପି ଏବଂ କଂଗ୍ରେସ ଗୃହରେ ଜୋରଦାର ହଟ୍ଟଗୋଳ କରିଥିଲେ । ପରେ ଗୃହକୁ ମୁଲତବି ରଖିଥିଲେ ବାଚସ୍ପତି ।

ପୁଣିଥରେ ଆଜି ବିଜେପି ଏହାକୁ ନେଇ ଅଭିନବ ପ୍ରତିବାଦ କରିବ । ଏପରିକି ଆଜି ଗୃହରେ, ମୁହଁରେ କଳାପଟି ବାନ୍ଧି ଚୁପ ବସିବ ବିଜେପି । କହିଲେ କହୁଛନ୍ତି ଗୃହ ଚଳାଇବାକୁ ଦିଆଯାଉନି । ତେଣୁ ଆଜି ଏକ ଅଭିନବ ଉପାୟରେ ଗୃହରେ ବିଜେପି ପ୍ରତିବାଦ କରିବ ବୋଲି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ କହିଛନ୍ତି । ଏହାସହ ଏହା ପ୍ରତିବାଦରେ ରାଜରାସ୍ତାକୁ ଓହ୍ଲାଇବା ସହ ଲୋକଙ୍କ ସମର୍ଥନ ଲୋଡ଼ିବ ବିଜେପି । ସରକାର ଏହି ମାମଲାରେ ପୁଣିଥରେ ତଦନ୍ତ କରିବା ସହ ଦୋଷୀଙ୍କ ବିରୋଧରେ 302ରେ ମାମଲା ରୁଜୁ କରିବାର ପ୍ରତିଶ୍ରୁତି ଦେବା ପରେ ରାଜରାସ୍ତାରୁ ଉଠିବ ବୋଲି ପ୍ରଦିପ୍ତ ନାୟକ କହିଛନ୍ତି ।

ସ୍ମିତାରାଣୀଙ୍କ ହତ୍ୟା ହୋଇଥିବା ନେଇ ମିଡିଆଠୁ ଆରମ୍ଭ କରି ସାଧାରଣ ଲୋକ ଜାଣିଛନ୍ତି । କିନ୍ତୁ ସରକାରଙ୍କ ବିରୋଧରେ ସ୍ୱର ଉଠାଇବାକୁ କେହି ସାହସ କରୁନାହାନ୍ତି । କିନ୍ତୁ ଭାରତୀୟ ଜନତା ପାର୍ଟି ସାହସ କରି ଏହି ପ୍ରସଙ୍ଗ ଉଠାଇଛି ଆଉ ଉଠାଇବ ମଧ୍ୟ । ଏହି ମାମଲାରେ ଅନ୍ୟ ଅଧିକାରୀଙ୍କ ସମ୍ପୃକ୍ତି ରହିଛି । ସେମାନଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉ । ରୂପେଶ ଭଦ୍ରଙ୍କ ରଙ୍ଗଶାଳା ଭାଙ୍ଗିବା ପାଇଁ ନିର୍ଦ୍ଦେଶ ଥିଲାବେଳେ କାହା ଛତ୍ର ଛାୟା ତଳେ ଏବେବି ରଙ୍ଗଶାଳା ଛିଡ଼ା ହୋଇଛି ପ୍ରଶ୍ନ କରିଛନ୍ତି ପ୍ରଦୀପ୍ତ ନାୟକ ।

ଅନ୍ୟପଟେ ସ୍ମିତାରାଣୀଙ୍କ ମୃତ୍ୟୁ ମାମଲାରେ ବିଭିନ୍ନ ଦିଗ ଉପରେ କହିଛନ୍ତି ବିରୋଧୀ ଦଳ ନେତା । ଯଦି ଏହା ଆତ୍ମହତ୍ୟା ତେବେ ସେଠାରେ ଉପସ୍ଥିତ 5 ବ୍ୟକ୍ତି ଏହାକୁ ରୋକି ପାରିଥାନ୍ତେ । ପୁଣି ରୂପେଶ ସ୍ମିତାରାଣୀଙ୍କ ସ୍ୱାମୀଙ୍କୁ ଫୋନ କରି କହୁଛନ୍ତି ଦୁର୍ଘଟଣା ବଶତଃ ସ୍ମିତାଙ୍କ ବେକରେ ଓଢ଼ଣୀ ଲାଗିଯାଇଛି । ତାପରେ ସ୍ମିତାରାଣୀଙ୍କୁ ହସ୍ପିଟାଲ ନେଇଛନ୍ତି । ତେବେ ବିଜେଡିର କେଉଁ ନେତାଙ୍କ ଚାପ ଯୋଗୁଁ ସ୍ମିତାରାଣୀଙ୍କୁ ମାରିବା ପରେ ଅଭିଯୁକ୍ତଙ୍କ ବିରୋଧରେ କାହିଁକି 302 ଲାଗିଲା ନାହିଁ ବୋଲି ପ୍ରଶ୍ନ ମଧ୍ୟ କରିଛନ୍ତି ପ୍ରଦୀପ୍ତ ନାୟକ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top