ରାଜ୍ୟ

ଆସନ୍ତାକାଲି ରାଜଭବନ ଆଗରେ ବିଜେପିର ଗଣ ବିକ୍ଷୋଭ

ଭୁବନେଶ୍ୱର: PMAY ଘରକୁ ‘ମୋ ଆବାସ’ ନାଁରେ ବଣ୍ଟାଯିବା ଅଭିଯୋଗ କରି ଆସନ୍ତାକାଲି ରାଜଭବନ ଆଗରେ ଗଣ ବିକ୍ଷୋଭ କରିବ ବିଜେପି । ରାଜ୍ୟପାଳଙ୍କୁ  ସ୍ମାରକପତ୍ର ମଧ୍ୟ ଦିଆଯିବ ବୋଲି କହିଛନ୍ତି  ବିଜେପିର ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ।

ଏହାସହ ସେ ଆହୁରି କହିଛନ୍ତି, କେନ୍ଦ୍ର ସରକାରଙ୍କ ଯୋଜନାକୁ ଚଞ୍ଚକତା କରି ରାଜ୍ୟ  ସରକାର ହଡ଼ପ କରୁଛନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମାଧ୍ୟମରେ 2022 ସୁଦ୍ଧା ଦେଶର ସମସ୍ତ ଗରିବ ଲୋକଙ୍କୁ ପକ୍କା ଘର ଦେବା ଉଦ୍ଦେଶ୍ୟରେ କେନ୍ଦ୍ରସରକାର ଆରମ୍ଭ କରିଥିଲେ । ସେହି ଯୋଜନାକୁ ହଡ଼ପ କରିବା ପାଇଁ ରାଜ୍ୟ ସରକାର ଯୋଜନା ଆରମ୍ଭ କରିଛନ୍ତି ବୋଲି ଅଭିଯୋଗ କରିଛନ୍ତି ଶ୍ରୀ ହରିଚନ୍ଦନ ।

ରାଜ୍ୟ ସରକାରଙ୍କୁ ଏଭଳି ଚଞ୍ଚକତା କରିବାକୁ ଦିଆଯିବନି । PMAYକୁ ‘ମୋ ଆବାସ’ ନାଁରେ ଏକ ରୂପାନ୍ତରଣ କରିବା ପାଇଁ ଯେଉଁଭଳି ଭାବେ ରାଜ୍ୟ ସରକାର ଏକ ଉଦ୍ୟମ ଆରମ୍ଭ କରିଛନ୍ତି ତାହାକୁ ପ୍ରତି ପଦକ୍ଷେପରେ ବିରୋଧ କରାଯିବ ବୋଲି ରାଜ୍ୟ ବିଜେପି କହିଛି । ପୂର୍ବରୁ ଏନେଇ ସମସ୍ତ ବିଜ୍ଞାପିତ ଅଞ୍ଚଳ ପରିଷଦରେ ବିକ୍ଷୋଭ କରାଯିବା ସହ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ଦିଆଯାଇଥିଲେ ବି ରାଜ୍ୟ ସରକାର ଚେତିଲେ ନାହିଁ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି । ତେବେ ଏହାକୁ ରାଜ୍ୟ ବିଜେପି କଡ଼ା ସ୍ୱରରେ ବିରୋଧ କରିବା ସହ ଆସନ୍ତାକାଲି ରାଜଭବନ ଆଗରେ ଗଣ ବିକ୍ଷୋଭ କରିବ ବୋଲି ଜଣାପଡ଼ିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top