ଦେଶ

ନୂଆ ସଭାପତି ନଡ୍ଡାଙ୍କୁ ରାଜ୍ୟ ବିଜେପିର ବିପୁଳ ସମ୍ବର୍ଦ୍ଧନା…

Odisha BJP with JP Nadda

ଭୁବନେଶ୍ୱର:  ରାଜ୍ୟ ବିଜେପି ପକ୍ଷରୁ ନଡ୍ଡାଙ୍କୁ ବିପୁଳ ସ୍ୱାଗ ଓ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଜେପି ନଡ୍ଡା ଓରଫ ଜଗତ ପ୍ରକାଶ ନଡ୍ଡାଙ୍କୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ନୂଆ ଦାୟିତ୍ୱ  ବା ଗୁରୁ ଦାୟିତ୍ୱ ଦିଆଯାଇଛି । ବିଜେପି ରାଷ୍ଟ୍ରୀୟ ନିର୍ବାଚନ ଅଧିକାରୀ ରାଧାମୋହନ ସିଂହ ନବନିର୍ବାଚିତ ରଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ନାଁ ଘୋଷଣା କରିଛନ୍ତି । ଏହି ଅବସରରେ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ଏବଂ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ସମସ୍ତ ବିଜେପି କାର୍ଯ୍ୟକର୍ତା ଏବଂ ରାଜ୍ୟବାସୀଙ୍କ ତରଫରୁ ନବନିର୍ବାଚିତ ରାଷ୍ଟ୍ରୀୟ ସଭାପତି ଶ୍ରୀ ନଡ୍ଡାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ଶ୍ରୀ ନଡ୍ଡା ଜଣେ ଅଭିଜ୍ଞ ରାଜନୈତିକ ଏବଂ ଜଣେ ସୁସଂଗଠକ । ଶ୍ରୀ ନଡ୍ଡାଙ୍କ ନିର୍ଦ୍ଦେଶ କ୍ରମେ ଆଗାମୀ ଦିନରେ ନୂତନ ଓଡ଼ିଶା ଗଠନ ହେବା ସହ ତୃଣମୂଳସ୍ତରର ସଙ୍ଗଠନକୁ ଆହୁରି ମଜଭୁତ କରାଯିବ ବୋଲି ରାଜ୍ୟ ସଭାପତି ଶ୍ରୀ ମହାନ୍ତି କହିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top