ନ୍ୟୁଜ୍

ମୋଟର ସାଇକେଲ୍‌ ଠାରୁ କମ୍‌ ନୁହେଁ ଦିଲ୍ଲୀପ୍‌ଙ୍କ ସାଇକେଲ୍‌ !

Bicycle Speed 30

ବୌଦ୍ଧ: ବାଇକ୍ ଚଲାଇବାକୁ ହେଲେ ଗାଡି ରେଜିଷ୍ଟ୍ରେସନ କରିବାକୁ ପଡିବ । ଡ୍ରାଇଭିଂ ଲାଇସେନ୍ସ, ହେଲମେଟ୍‌, ଇନସୁରାନ୍ସ, ପଲ୍ୟୁସନ୍‌ ଆଦି ଯାବତୀୟ କାଗଜ ପତ୍ର କରିବାକୁ ପଡିବ । କେବଳ ସେତିକି ନୁହେଁ, ହଜାର ହଜାର ଟଙ୍କା ଦେଇ ମୋଟର ସାଇକେଲ ମଧ୍ୟ କିଣିବାକୁ ପଡିବ । ମାତ୍ର ଏମିତି ସାଇକେଲ ଅଛି, ଯାହା ମୋଟର ସାଇକେଲଠାରୁ କୌଣସି ଗୁଣରେ କମ ନୁହେଁ । ଆଉ ଏହି ସାକେଲ ନିର୍ମାଣ କରିଛନ୍ତି ବୌଦ୍ଧ ଜିଲ୍ଲା ହରଭଙ୍ଗା ଅଞ୍ଚଳର ଜଣେ ଚାଷୀ ।

ପେଟ୍ରୋଲ, ଡିଜେଲ, କିରୋସିନି, ଲାଇସେନ୍ସ, ଇନ୍‌ସୁରାନ୍ସ, ପଲ୍ୟୁସନ କଣ୍ଟ୍ରୋଲ କାର୍ଡ ହେଲମେଟ୍‌ କିଛି ଦରକାର ନାହିଁ । ଅଧିକ ଟଙ୍କା ଦେଇ ଗାଡି କିଣିବା ମଧ୍ୟ ଦରକାର ନାହିଁ । ଶବ୍ଦ କିମ୍ବା ପରିବେଶ ପ୍ରଦୂଷଣର ସମ୍ଭାବନା ନାହିଁ । ପରିବହନ ବିଭାଗର ନୂଆ କଟକଣା ବି ଆପଣକୁ କିଛି ଫରକ ପକାଇବନି । ଆଉ ଘଣ୍ଟା ପ୍ରତି 30 କିଲୋମିଟର ବେଗରେ ଗଡିବ ଏହି ସାଇକେଲ ଗାଡ଼ି । ଆମେ କହୁଛୁ କନ୍ଧମାଳ ଜିଲ୍ଲା ହରଭଙ୍ଗା ବ୍ଲକ ବାମଣ୍ଡା ଗାଁର ଚାଷୀ ଦିଲ୍ଲୀପ କୁମାର ମହାପାତ୍ରଙ୍କ କିଷାନ ସାଇକେଲ କଥା । ସେ ନିଜେ ତିଆରି କରିଛନ୍ତି ଏହି ସାଇକେଲ । ଏଥିରେ ଲାଗିଛି 24 ଭୋଲଟର ଡିସି ମଟର ଏବଂ ଏକ ବ୍ୟାଟେରୀ । ଏହି ବ୍ୟାଟେରୀ ଗୋଟିଏ ଥର ଚାର୍ଜ ହେଲେ ସାଇକେଲ ଗଡିବ 80 କିଲୋମିଟର । ତେବେ ଅଧିକ ଦାମର ବ୍ୟାଟେରୀ ବ୍ୟବହାର କଲେ, ଅଧିକ ରାସ୍ତା ଚାଲିପାରିବ ବୋଲି କହିଛନ୍ତି ଦିଲ୍ଲୀପ ।

କେବଳ ସେତିକି ନୁହେଁ, ଏଥିରେ ଆକ୍ସିଲିରେଟର ମଧ୍ୟ ଲଗାଇଛନ୍ତି ଦିଲ୍ଲୀପ । ଆପଣ ଚାହିଁଲେ ଏହାକୁ ସ୍ଲୋ କିମ୍ବା ସ୍ପିଡ୍‌ ମଧ୍ୟ କରି ପାରିବେ । ଆଉ ଏହି ସାଇକେଲ ତିଆରି କରିବା ପାଇଁ ଖର୍ଚ୍ଚ ହେଉଛି 15ରୁ 20 ହଜାର ଟଙ୍କା । ତାଙ୍କର ଏହି ସାଇକେଲ ଦେଖି ଅନ୍ୟ ଲୋକେ ମଧ୍ୟ ଆଗ୍ରହ ପ୍ରକାଶ କରୁଛନ୍ତି । ସେ ଏମିତି 3ଟି କିଷାନ ସାଇକେଲ ତିଆରି କରି ବିକ୍ରି କରିଛନ୍ତି । ତାଙ୍କର ଏହି ସାଇକେଲକୁ ଦେଖିବା ପାଇଁ ଶହ ଶହ ଲୋକ ଆସୁଛନ୍ତି । ଆଉ ଏହି ସାଇକେଲ ପାଇଁ ସମସ୍ତଙ୍କର ପ୍ରୀୟ ହୋଇପାରିଛନ୍ତି ଦିଲ୍ଲୀପ ।

ଏଥିରେ ହେଡ୍‌ ଲାଇଟ ମଧ୍ୟ ଲାଗିଛି । ରାତିରେ ଯାତୟାତ ପାଇଁ ମଧ୍ୟ କୌଣସି ଅସୁବିଧା ହୁଏ ନାହିଁ । ବିନା ପ୍ୟାଡେଲ ଓ ଇଂଜିନ୍‌ରେ ଚାଲୁଥିବା ଏହି ସାଇକେଲରେ ଦୁଇଜଣ ଖୁସିରେ ଯାଇପାରୁଛନ୍ତି । ଏହା ଘଂଟାକୁ ୩୦ କିଲୋମିଟର ବେଗରେ ଯାଇପାରୁଥିବାରୁ ଆଜିର ସମାଜ ପାଇଁ ଏହା ଅତ୍ୟନ୍ତ ଉପଯୋଗୀ ହୋଇପାରିବ ବୋଲି କୁହାଯାଉଛି । ତେବେ ସରକାରୀ ସହୟତା ମିଳିଲେ ସେ ଏହି ସାଇକେଲ ତିଆରି କରି ବଜାରକୁ ଛାଡିପାରନ୍ତେ ବୋଲି କହିଛନ୍ତି ଦିଲ୍ଲୀପ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top