X
Breaking News
ନ୍ୟୁଜ୍

ନାଳ ସାଜିଛି କାଳ: ପ୍ରଶାସନର କର୍ଣ୍ଣପାତ ନାହିଁ

bridge

ବୌଦ୍ଧ: ନାଳ ସାଜିଛି କାଳ । ଅସରାଏ ବର୍ଷା ହେଲେ ବାହ୍ୟ ଜଗତରୁ ବିଛିନ୍ନ ହୋଇପଡେ ଗାଁ । ବର୍ଷା ଦିନେ କଥା ନକହିବା ଭଲ । କାରଣ ଛାତ୍ରଛାତ୍ରୀମାନେ ପାଠ ପଢିବା ପାଇଁ ମୁଣ୍ଡେ ପାଣିରେ ନାଳ ପାର ହୋଇ ଯିବାକୁ ପଡେ । ବୁଢାବୁଢି ମାନେ ଭତା ନେଇ ଯାଇ ପାରନ୍ତି ନାହଁ । ଆମେ କହୁଛୁ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ୫୭ ନମ୍ବର ଜାତୀୟ ରାଜପଥ କଡରେ ଥିବା ଯାଜପୁର ଗାଁ କଥା ।

bridge

ବୌଦ୍ଧ ଜିଲ୍ଲା ଜାତୀୟ ରାଜପଥ କଡରେ ଅବସ୍ଥିତ ଯାଜପୁର ଗାଁ । କାହିଁ କେଉଁ କାଳରୁ ଏଠାରେ ଲୋକେ ବସବାସ କରନ୍ତି । ଏହି ଗ୍ରାମରେ ପ୍ରାୟ ୪ ଶହ ଲୋକ ବସବାସ କରୁଛନ୍ତି । ଏହି ଗ୍ରାମର ଲୋକେ ପାଖ ସହର ପୁରୁଣାକଟକକୁ ପ୍ରତ୍ୟହ ଶିକ୍ଷା, ସ୍ୱାସ୍ଥ୍ୟ, ବାଣିଜ୍ୟ ଆଦି ମୌଳିକ ସୁବିଧା ଉପରେ ନିର୍ଭର କରିଥାନ୍ତି । ମାତ୍ର ଉକ୍ତ ଗାଁକୁ ପୁରୁଣାକଟକ ସହରକୁ ଯିବାକୁ ହେଲେ ନାଳ ପାର ହୋଇ ଯିବାକୁ ପଡିଥାଏ । ଯାହାକି ଖରା ଓ ଶିତ କଷ୍ଟେ ମଷ୍ଟେ ଯାତାୟାତ କରି ହେଉଥିବା ବେଳେ ବର୍ଷା ଦିନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେବାକୁ ପଡେ ସ୍ଥାନୀୟ ବାସିନ୍ଦାଙ୍କୁ । ଏହାକୁ ନେଇ ଗ୍ରାମବାସୀ ରାଜରାସ୍ତା ରୋକ କରିବା ପାଇଁ ଚେତାବନି ଦେଇଛନ୍ତି ।

bridge

ଗ୍ରାମବାସୀ ବିଭିନ୍ନ ସମୟରେ ଏହି ନାଳ ଉପରେ ପୋଲ ନିର୍ମାଣ ପାଇଁ ଦାବୀ କରି ଆସୁଥିଲେ ବି କେହି ତାଙ୍କର ଦାବୀକୁ କର୍ଣ୍ଣପାତ କରୁନଥିବା ଗ୍ରାମବାସି ଅଭିଯୋଗ କରିଛନ୍ତି । ତେବେ ରାଜନୈତିକ ଓ ପ୍ରଶାସନିକ ଅଭାବ ଯୋଗୁଁ ଗ୍ରାମବାସି ଏଭଳି ଅସୁବିଧାର ସମ୍ମୁଖିନ ହେଉଥିବା ଗ୍ରାମବାସିମାନେ ଅଭିଯୋଗ କରିଛନ୍ତି । ତେଣୁ ସେମାନେ ଉପାୟ ଶୁନ୍ୟ ହୋଇ ନାଳ ଭିତରେ ଗ୍ରାମବାସୀଙ୍କ ପ୍ରଚେଷ୍ଟାରେ ତିଆରି ହୋଇଛି ଏକ ଅସ୍ଥାୟୀ ରାସ୍ତା । ତେବେ ଏବେ ଦେଖିବାର ବାକି ରହିଲା ନିର୍ବାଚନ ସରିବା ପରେ ପୋଲ ନିର୍ମାଣ କାମ ଆରମ୍ଭ ହେଉଛି ନାଁ କେବଳ କଥା କଥାରେ ରହିଯାଉଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top