ନ୍ୟୁଜ୍

ନକଲି ଶିକ୍ଷକଙ୍କ ଆଡ୍ଡା ଗଞ୍ଜାମରୁ ପିଲାଙ୍କ ପାଇଁ ଲଞ୍ଚ ହେଲା ମଧୁ ଆପ୍‌ !

MADHU APP

ବ୍ରହ୍ମପୁର: ଗୋଟିଏ ପଟେ ଗଞ୍ଜାମ ଜିଲ୍ଲା ପ୍ରଶାସନ ଦ୍ବାରା ପିଲାଙ୍କୁ ପାଠ ବୁଝିବା ପାଇଁ ମଧୁ ଆପର ଉନ୍ମୋଚନ ହେଲା, ସତ ଅନ୍ୟପଟେ ଜିଲ୍ଲା ସାରା ଥିବା ଜାଲି ଶିକ୍ଷକ କେବେ ଧରା ପଡିବେ ତାକୁ ନେଇ ଉଠିଛି ପ୍ରଶ୍ନ । ଆଜି ମୁଖ୍ୟମନ୍ତ୍ରୀ ନିଜେ ପିଲାଙ୍କୁ ପାଠ ବୁଝାଇବା ନିମନ୍ତେ ଜିଲ୍ଲା ଶିକ୍ଷା ବିଭାଗ ତରଫରୁ ଓଡ଼ିଶାରେ ପ୍ରଥମ କରି ମଧୁ ଆପକୁ ଭିଡିଓ କନ୍ଫରେନ୍ସି ମାଧ୍ୟମରେ ଉଦଘାଟନ କରିଛନ୍ତି । କିନ୍ତୁ ବାସ୍ତବିକ ଜିଲ୍ଲାରେ ଥିବା ଜାଲି ଶିକ୍ଷକଙ୍କ ସଂଖ୍ୟା ପାଇଁ ଜିଲ୍ଲା ଶିକ୍ଷା ବିଭାଗ ଏବଂ ଜିଲ୍ଲା ପ୍ରଶାସନ କଣ ବା ପଦକ୍ଷେପ ନେଉଛି ତାକୁ ନେଇ ଉଠିଛି ପ୍ରଶ୍ନ । ତେବେ କଣ ଏହି ମଧୁ ଆପ ପିଲାଙ୍କୁ ଏହା କେତେ ସୁହାଇବ ତା ସହ ଜାଲି ଶିକ୍ଷକଙ୍କ ସଂଖ୍ୟା କମିବ କେବେ ? ଏନେଇ ସାଧାରଣରେ ପ୍ରଶ୍ନ ଉଠିଛି ।

ଏଣିକି ଘରେ ବସି ମଧ୍ୟ ସ୍କୁଲ ପାଠର ଅଭ୍ୟାସ କରି ହେବ ଏବଂ ଅବୁଝା ପାଠକୁ ସହଜରେ ବୁଝିହେବ । ଏଥିପାଇଁ କେବଳ ଆପଣଙ୍କୁ ଗୋଟିଏ ଆପ୍ ଡାଉନଲୋଡ୍ କରିବାକୁ ହେବ । ପିଲାଙ୍କୁ ସହଜରେ ପାଠ ବୁଝାଇବା ଓ ବିଭିନ୍ନ ପ୍ରଶ୍ନର ଅଭ୍ୟାସ କରାଇବା ନେଇ ଗଞ୍ଜାମ ଜିଲ୍ଲା ପ୍ରଶାସନ ଆରମ୍ଭ କରିଛି ‘ମଧୁ ଆପ୍’ । ଛାତ୍ରଛାତ୍ରୀମାନେ ‘ମଧୁ ଆପ୍’କୁ ମୋବାଇଲ୍ ଫୋନରେ ଡାଉନଲୋଡ୍ କରି ସେଥିରୁ ଭିଡିଓ ଦ୍ୱାରା ଶ୍ରେଣୀରେ ପଢ଼ାଯାଇଥିବା ପାଠ ବୁଝିପାରିବେ । ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ନାମରେ ନାମିତ ଏହି ନୂଆ ‘ମଧୁ ଆପ୍’କୁ ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ କରିଛନ୍ତି । ଏହି ଅବସରରେ ଆୟୋଜିତ ଭିଡିଓ କନଫେରେନ୍ସିଂ କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାର ୨୨ ବ୍ଲକର ଛାତ୍ରଛାତ୍ରୀଙ୍କ ସହିତ ମୁଖ୍ୟମନ୍ତ୍ରୀ ‘ମଧୁ ଆପ୍’ ସଂପର୍କରେ କଥାବାର୍ତ୍ତା ହୋଇଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ପିଲାମାନଙ୍କ ପାଇଁ ଶିକ୍ଷାର ବିକଳ୍ପ ନାହିଁ । ଭଲ ପାଠ ପଢ଼ି ଦେଶର ଗୌରବ ବୃଦ୍ଧି ପାଇଁ କାମ କରିବାକୁ ସେ ପିଲାମାନଙ୍କୁ ପରାମର୍ଶ ଦେଇଥିଲେ । ଓଡ଼ିଆ ଜାତି ପାଇଁ ଉତ୍କଳ ଗୌରବଙ୍କ ତ୍ୟାଗ ବିଷୟରେ ଆଲୋଚନା କରି, ମଧୁ ବାବୁ ସମସ୍ତଙ୍କ ପାଇଁ ପ୍ରେରଣା ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ ।

ଏ ତ ଥିଲା ମଧୁ ଆପର ବିଶେଷତ୍ୱ । ହେଲେ ସାରା ରାଜ୍ୟରେ ଏବେ ନକଲି ଶିକ୍ଷକଙ୍କୁ ନେଇ ଚର୍ଚ୍ଚା ଚାଲିଛି । ଆଉ ସବୁଠାରୁ ବଡ଼ କଥା ହେଲେ ଗଞ୍ଜାମ ଜିଲ୍ଲାରେ ସବୁଠୁ ଅଧିକ ନକଲି ଡାକ୍ତର ଥିବା ଜଣାପଡ଼ିଛି । ଜଣେ କି ଦୁଇ ଜଣ ନୁହେଁ । ଜିଲ୍ଲାର ବିଭିନ୍ନ ସ୍କୁଲରେ ମାଳ ମାଳ ନକଲି ଶିକ୍ଷକ ରହିଛନ୍ତି । ନକଲି ଶିକ୍ଷକଙ୍କ ସଂଖ୍ୟାର ତାଲିକା ବଢିବାରେ ଲାଗିଛି । ବିଭିନ୍ନ ସମାଜ ସେବୀ ପିଟିସନ ପକାଇଥିବାରୁ, ନକଲି ଶିକ୍ଷକମାନେ ଚାକିରି ଛାଡି ଛୁ । ଜିଲ୍ଲା ଶିକ୍ଷା ବିଭାଗ ତରଫରୁ ଅନେକ ଶିକ୍ଷକଙ୍କ ନାମରେ ମାମଲା ବି ରୁଜୁ ହେଲାଣି । ପୂର୍ବରୁ 7 ଜଣଙ୍କ ନାମରେ ମାମଲା ରୁଜୁ ହୋଇଥିବା ବେଳେ ପୁଣି 9 ଜଣଙ୍କ ନାମରେ ମାମଲା ରୁଜୁ ହୋଇଛି । ଅନେକଙ୍କ ସାର୍ଟିଫିକେଟକୁ ବିଭିନ୍ନ ବିଶ୍ୱବିଦ୍ୟାଳୟକୁ ଯାଞ୍ଚ ପାଇଁ ମଧ୍ୟ ପଠାଯାଇଛି ବୋଲି କହିଛନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ । ତା ସହ ଅଭିଯୋଗ ଆସିଥିବା ସମସ୍ତ ଶିକ୍ଷକଙ୍କ ସାର୍ଟିଫିକେଟକୁ ଯାଞ୍ଚ କରି ମାମଲା ରୁଜୁ କରି ଗିରଫ ଦାବି କରିଛନ୍ତି ବୁଦ୍ଧିଜୀବୀ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top