X
Breaking News
ନ୍ୟୁଜ୍

୫ ଜିଲ୍ଲା ପାଇଁ ରିଲିଫ୍‌ ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ବୟସ୍କଙ୍କୁ ୬୦-ପିଲାଙ୍କୁ ୪୫

naveen-patnaik

ଭୁବନେଶ୍ୱର: ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ଦେଖାଯାଇଛି । ସ୍ୱତନ୍ତ୍ର ରିଲିଫ୍‌ କମିଶନର ବିଷ୍ଣୁପଦ ସେଠି ଏନେଇ ସତର୍କ ଏବଂ ପ୍ରସ୍ତୁତ ରହିବାକୁ ପୂର୍ବରୁ ସବୁ ଜିଲ୍ଲାପାଳଙ୍କୁ ନୋଟିସ୍‌ ଦେଇଥିଲେ । ରାଜ୍ୟରେ ଆଗକୁ ଆହୁରି 48 ଘଣ୍ଟା ଲଗାତର ବର୍ଷିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି । ଫଳରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବନ୍ୟା ପରିସ୍ଥିତି ଉପୁଜିବାର ଆଶଙ୍କା ରହିଛି ।

5ଟି ଜିଲ୍ଲାରେ ଏବେ ବନ୍ୟା ପରିସ୍ଥିତି ଉପୁଜିଥିବା ବେଳେ ଲୋକଙ୍କ ଘର ଭିତରେ ବନ୍ୟା ଜଳ ପଶିଲାଣି । ସେପଟେ ହୀରାକୁଦ ଜଳ ଭଣ୍ଡାରରେ ମଧ୍ୟ ଜଳସ୍ତର ବିପଦ ସଙ୍କେତ ଛୁଇଁଲାଣି । ତେଣୁ ଆସନ୍ତାକାଲି ହୀରାକୁଦର ଗେଟ୍‌ ଖୋଲାଯିବ ବୋଲି ନିଷ୍ପତ୍ତି ନିଆଯାଇଛି । ତେବେ ଗେଟ୍‌ ଖୋଲିବା ଦ୍ୱାରା ତଳିଆ ଅଞ୍ଚଳରେ ଆହୁରି ଅଧିକ ପାଣି ପଶିବାର ସମ୍ଭାବନା ରହିଛି ବୋଲି ମଧ୍ୟ ପୂର୍ବରୁ ସୂଚନା ଦିଆଯାଇଛି । ତେବେ ଏଥିପାଇଁ ଜିଲ୍ଲାପାଳଙ୍କୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏବଂ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବାକୁ କୁହାଯାଇଛି । ପ୍ରଚୁର ପରିମାଣର ସୁଖିଲା ଖାଦ୍ୟଠାରୁ ଆରମ୍ଭ କରି ଆବଶ୍ୟକୀୟ ଔଷଧ ମଧ୍ୟ ମହଜୁଦ୍‌ ରଖିବାକୁ କୁହାଯାଇଛି ।

ତେବେ ଆଜି ସୁଦ୍ଧା ଓଡ଼ିଶାର ଯେଉଁ ସବୁ ଅଞ୍ଚଳରେ ବନ୍ୟା ପରିସ୍ଥିତି ଉପୁଜୁଛି, ସେହି ଅଞ୍ଚଳରେ ରିଲିଫ୍‌ ବାଣ୍ଟିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବନ୍ୟା ପ୍ରଭାବିତ 5 ଜିଲ୍ଲା ପାଇଁ ରିଲିଫ୍‌ ଘୋଷଣା କରି ସାରିଛନ୍ତି । କଳାହାଣ୍ଡି, ବୌଦ୍ଧ, କନ୍ଧମାଳ, ସୁବର୍ଣ୍ଣପୁର ଓ ବଲାଙ୍ଗିର ଜିଲ୍ଲାରେ ଏବେ ବନ୍ୟା ପରିସ୍ଥିତି ଭୟଙ୍କର ରହିଛି । ଏଭଳି ପରିସ୍ଥିତିକୁ ଦୃଷ୍ଟିରେ ରଖି ଆସନ୍ତା 7 ଦିନ ପର୍ଯ୍ୟନ୍ତ ବୟଷ୍କଙ୍କ ପାଇଁ ଦିନକୁ ୬୦ ଟଙ୍କାର ରିଲିଫ୍‌ ଘୋଷଣା କରାଯାଇଥିବା ବେଳେ ଛୋଟ ପିଲାଙ୍କ ପାଇଁ ଦିନକୁ ୪୫ ଟଙ୍କାର ରିଲିଫ୍‌ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top