X
Breaking News
ଦେଶ

ସୁଷମା ସ୍ୱରାଜଙ୍କ ପରଲୋକ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ସୋନିଆ ଗାନ୍ଧୀ, ମନମୋହନ ସିଂ ଶୋକ ପ୍ରକାଶ

naveen-patnaik

ନୂଆଦିଲ୍ଲୀ:  ପୂର୍ବତନ ବିଦେଶ ମନ୍ତ୍ରୀ ସୁଷମା ସ୍ୱରାଜଙ୍କର ମଙ୍ଗଳବାର ରାତିରେ ବିୟୋଗ ଘଟିଛି । ନୂଆଦିଲ୍ଲୀସ୍ଥିତ ଏମ୍ସରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ହୋଇଥିଲା । ହୃଦଘାତର ସମ୍ମୁଖୀନ ହେବା ପରେ ସୁଷମାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଥିଲା । ପୁରା ଦେଶ ନିସ୍ତବ୍ଧ ହୋଇଯାଇଛି । ନିଜ ପ୍ରିୟ ନେତ୍ରୀଙ୍କୁ ହରାଇବା ପରେ ବିଜେପି ଶିବିରରେ ମଧ୍ୟ ଶୋକର ଛାୟା ଖେଳିଯାଇଛି । ସୁଷମାଙ୍କ ବିୟୋଗରେ ଦେଶର ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ସାଧାରଣ ଜନତାଙ୍କ ପର୍ଯ୍ୟନ୍ତ ସମସ୍ତେ ଶୋକ ପ୍ରକାଶ କରିଛନ୍ତି । ଏହାସହ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଟ୍ୱିଟ୍‌ କରି ଶୋକ ପ୍ରକାଶ କରିଛନ୍ତି ।

ସେହିପରି ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ସହ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ମଧ୍ୟ ସୁଷମାଙ୍କ ଶେଷଦର୍ଶନ କରିବାକୁ ତାଙ୍କ ବାସଭବନରେ ପହଂଚିଥିଲେ  । ମଙ୍ଗଳବାର ରାତିପ୍ରାୟ ୧୦ଟା ସମୟରେ ସୁଷମା ସ୍ବରାଜଙ୍କ ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ନୂଆଦିଲ୍ଲୀସ୍ଥିତ (ଏମ୍‌ସ)ରେ ଭର୍ତ୍ତି କରାଯାଇଥିଲା ।

sushma swaraj

 

sushma swaraj

Click to comment

Leave a Reply

Your email address will not be published. Required fields are marked *

Most Popular

To Top