ନ୍ୟୁଜ୍

‘ମାଜେଷ୍ଟିକ ମାରା’ କହୁଛି ମସାଇ ମାରା ଅଭୟାରଣ୍ୟର କଥା

ଭୁବନେଶ୍ୱର: କଫି ଟେବୁଲ୍ ବୁକ୍ ମାଜେଷ୍ଟିକ ମାରା । କେନିଆର ପ୍ରସିଦ୍ଧ ମସାଇ ମାରା ଅଭୟାରଣ୍ୟର କଥା କହୁଛି ଏହି ପୁସ୍ତକ । ପୁରୀ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଦ୍ୱାରା ଲିଖିତ ଏହି ପୁସ୍ତକକୁ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ପୁସ୍ତକରେ ରହିଛି ମସାଇ ମାରା ଅଭ୍ୟୟାରଣ୍ୟର ଚିତ୍ର ।

ମହାରାଜ ଦିବ୍ୟସିଂହ ଦେବଙ୍କ ନେତୃତ୍ୱରେ ଯାଇଥିବା ଏକ ଟିମ ଅଭୟାରଣ୍ୟର ବିଭିନ୍ନ ଫଟୋ ଉଠାଇଥିବା ବେଳେ ମହାରାଜ ନିଜେ ଏହାର ଭିଡିଓଗ୍ରାଫି କରିଥିଲେ । ଓଡ଼ିଶାର ତିନି ପ୍ରତିଷ୍ଠିତ ଫଟୋ ଗ୍ରାଫର ଆଶିଷ ଧୀର, ଦିଲ୍ଲୀପ ଧୀର ସାମନ୍ତ ଓ ଅମରଜ୍ୟୋତି ସିଂହଦେଓ ଏହାର ଫଟୋଗ୍ରାଫି କରିଥିଲେ । ମଣିଷ ପରି ଜୀବ ଓ ଜନ୍ତୁଙ୍କ ବି ବଞ୍ଚିବାର ଅଧିକାର ଅଛି ବୋଲି ନିଜ ପ୍ରତିକ୍ରିୟାରେ କହିଲେ ଗଜପତି ମହାରାଜ ।

ଓଡିଶା ଓ କେନିଆ ଭିତରେ ମଜବୁତ ହେବ ସଂପର୍କ । ପର୍ଯ୍ୟଟନ ଓ ଆଥଲେଟିକ କ୍ଷେତ୍ରରେ ପରସ୍ପରକୁ ସହଯୋଗ କରିବେ ଓଡିଶା ଓ କେନିଆ । ଭାରତ ମାନଚିତ୍ରରେ ଓଡିଶା ଯେମିତି ଦେଖାଯାଏ, ଠିକ ସେଭଳି କେନିଆ ଗୋଟିଏ ଦେଶ ହିସାବରେ ଦେଖାଯାଏ । ଲୋକଙ୍କ ଜନସଂଖ୍ୟା ହିସାବରେ ବି ଓଡିଶା ଓ କେନିଆ ସମାନ । ଓଡିଶା ଖଣି ପାଇଁ ଯେମିତି ପ୍ରସିଦ୍ଧ ଠିକ ସେମିତି କେନିଆ ବି ଖଣି ପାଇଁ ପ୍ରସିଦ୍ଧ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top